Latest Odisha News

BREAKING NEWS

ଫ୍ରେଂଚ ଓପନ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପରେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଶଟଲର ପି.ଭି. ସିନ୍ଧୁଙ୍କୁ ଫ୍ରେଞ୍ଚ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ରବିବାର ଅନୁଷ୍ଠିତ ଏହି ରୋମାଞ୍ଚକର ମୁକାବିଲାରେ ବିଶ୍ୱର ୧ ନମ୍ବର ଖେଳାଳି ଦକ୍ଷିଣ  କୋରିଆର ଆନ୍ ସେ ୟୋଙ୍ଗଙ୍କ ବିରୁଦ୍ଧରେ ସିନ୍ଧୁ ପ୍ରଥମ ଗେମ୍ ଜିତିଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ଗେମ୍ ହାରିଯାଇଥିଲେ । ଆନ୍ ସେ ୟୋଙ୍ଗ୍ ଏହି ମ୍ୟାଚ୍‌କୁ ୧୬-୨୧, ୨୧-୧୧, ୨୧-୧୨ ସେଟ୍‌ରେ ଜିତି କ୍ରମାଗତ ତୃତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ କ୍ରାଉନ୍ ନିଜ ନାମରେ କରିଛନ୍ତି । ଏହି ପରାଜୟ ସହିତ ଆନ୍ ସେ ୟୋଙ୍ଗ୍‌ଙ୍କ ବିପକ୍ଷରେ ସିନ୍ଧୁଙ୍କର କ୍ରମାଗତ ୧୧ଟି ମ୍ୟାଚ୍‌ରେ ପରାଜୟ ସିଲ୍‌ସିଲା ଜାରି ରହିଛି ।

ସିନ୍ଧୁ ପ୍ରଥମ ଗେମ୍‌ରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମାତ୍ର ୨୦ ମିନିଟ୍‌ରେ ୨୧-୧୬ ବ୍ୟବଧାନରେ ଜିତି ୧-୦ରେ ଅଗ୍ରଣୀ ହାସଲ କରିଥିଲେ । ପରିବର୍ତ୍ତିତ କୋର୍ଟରେ କୋରିଆର ଖେଳାଳି ଦମଦାର୍ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍‌କୁ ୨୧-୧୧ ଜିତି ମ୍ୟାଚ୍‌କୁ ବରାବର କରିଥିଲେ ।  ତୃତୀୟ ଗେମ୍‌ରେ ସିନ୍ଧୁ ଏକ ସମୟରେ ୮-୫ରେ ଆଗୁଆ ଥିଲେ ମଧ୍ୟ, ପରେ ଆନ୍ ସେ ୟୋଙ୍ଗ୍ କ୍ରମାଗତ ପଏଣ୍ଟ ହାସଲ କରି ଗେମ୍‌କୁ ୨୧-୧୨ ଜିତି ମ୍ୟାଚ୍ ଏବଂ ଟ୍ରଫି ନିଜ ନାମରେ କରିଥିଲେ । ଚଳିତ ବର୍ଷ  ଏହା ସିନ୍ଧୁଙ୍କର ଦ୍ୱିତୀୟ ସୁପର ୭୫୦ ଫାଇନାଲ୍ ଥିଲା, ଯେଉଁଥିରେ ସେ ରନର୍ସ-ଅପରେ  ସନ୍ତୁଷ୍ଟ ରହିଛନ୍ତି ।

Leave A Reply

Your email address will not be published.