Latest Odisha News

BREAKING NEWS

ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ୱରୀ

ଭୁବନେଶ୍ବର: ବଲାଙ୍ଗୀରର ଆର୍ ଏନ୍ ସିଂହଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚାଲିଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍ ଲନ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ୨୫ବର୍ଷରୁ କମ୍ ବାଳକ ଓ ବାଳିକାରେ ଓଡ଼ିଶାର ରାଜେଶ୍ୱରୀ ସେଠ୍ ଓ ଶୁଭ୍ରାଂଶୁ ଡାଙ୍ଗ ସେମିଫାଇନାଲ୍‌ରେ ପ୍ରବେଶ କରି ବିଜେତା ହେବା ଦିଗରେ ଆଉ ଏକ ସଫଳ ପାଦ ବଢ଼ାଇଛନ୍ତି । ଯାହା ଓଡ଼ିଶାରେ ଲନ୍‌ବଲ୍‌ର ଉଜ୍ଜ୍ବଳ ଭବିଷ୍ୟତର ବଳିଷ୍ଠ ପ୍ରତୀକ ଭାବେ ଉଭା ହୋଇଛି ।

ରବିବାର ୨୫ ବର୍ଷରୁ କମ୍ ବର୍ଗ ବାଳକ ଏକକର କ୍ବାର୍ଟରରେ ଶୁଭ୍ରାଂଶୁ ନିଜ ଦିଲ୍ଲୀ ପ୍ରତିପକ୍ଷଙ୍କୁ ୨୧-୧୧ରେ ଏକତରଫା ଭାବେ ପରାସ୍ତ କରି ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ । ଶନିବାର ସେ ମଧ୍ୟପ୍ରଦେଶ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରିଥିଲେ । ସେହିଭଳି ୨୫ବର୍ଷରୁ କମ୍ ବାଳିକା ଏକକରେ ରାଜେଶ୍ୱରୀ ନିଜ ମେଘାଳୟ ପ୍ରତିପକ୍ଷଙ୍କୁ ଅତି ସହଜରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌କୁ ୨୧-୪ରେ ଜିତି ସେ ମଧ୍ୟ ସେମିଫାଇନାଲ୍‌ରେ ପ୍ରବେଶ କରିବାର ଗୌରବ ହାସଲ କରିଥିଲେ । ଏହି ବାଳକ ବର୍ଗର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡ ବିଜୟୀ ହୋଇ ସେମିଫାଇନାଲ୍ ଟିକେଟ ହାସଲ କରିଥିଲେ । ସେହିଭଳି ୨୫ବର୍ଷରୁ କମ୍ ବାଳିକାର ଅନ୍ୟମ୍ୟାଚ୍‌ଗୁଡ଼ିକରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ବିଜୟର ସ୍ବାଦ ଚାଖି ଆଗକୁ ବଢ଼ିଥିଲେ । ସୋମବାର  ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବା ସହ ପୁରସ୍କାର ବିତରଣରୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ରାଜ୍ୟ ଲନ୍ ବଲ୍ ସଂଘର ସାଧାରଣ ସଂପାଦକ ସୁମିତ ରଞ୍ଜନ ପୁରୋହିତ ଜଣାଇଛନ୍ତି । ୨୫ବର୍ଷରୁ କମ୍ ସହ ୧୮ବର୍ଷରୁ କମ୍‌ରେ ମଧ୍ୟ ଘରୋଇ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରି।

Leave A Reply

Your email address will not be published.