Latest Odisha News

BREAKING NEWS

ପ୍ରତିଶୋଧ ନେବେ ତେହେରାନ ମହିଳା: ବିବାହ ମୁଦି ସହ ନିଜର ସମସ୍ତ ଗହଣା ଦାନ କରି ଆରମ୍ଭ କଲେ ମହାଅଭିଯାନ

ତେହେରାନ: ପ୍ରତିଶୋଧର ନିଆଁରେ ଜଳୁଛି ତେହେରାନ! ନିଜର ନେତା ଓ ଯୁଦ୍ଧରେ ପ୍ରାଣ ହରାଇଥିବା ଶହୀଦଙ୍କ ପ୍ରତିଶୋଧ ନେବା ପାଇଁ ଏବେ ଆଗେଇ ଆସିଛନ୍ତି ଇରାନର ମହିଳାମାନେ । ଇରାନର ରାଜଧାନୀ ତେହେରାନ୍‌ରେ ମହିଳାମାନେ ସେମାନଙ୍କ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ନେତା ଓ ଯୁଦ୍ଧରେ ପ୍ରାଣ ହରାଇଥିବା ସହିଦମାନଙ୍କ ରକ୍ତର ପ୍ରତିଶୋଧ ନେବା ପାଇଁ ଏକ ଅଭିନବ ଓ ଦୃଢ଼ ଶପଥ ଗ୍ରହଣ କରିଛନ୍ତି। ‘ତେହେରାନ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ପ୍ରତିଶୋଧ ଅଭିଯାନରେ ମହିଳାମାନେ ଆଗଧାଡ଼ିରେ ରହି ନିଜର ଦେଶଭକ୍ତି ଓ ପ୍ରତିଶୋଧର ସଂକଳ୍ପ ପ୍ରଦର୍ଶନ କରୁଛନ୍ତି।

ସହିଦଙ୍କ ପାଇଁ ଇରାନୀୟ ମହିଳାମାନେ ନିଜର ବାହାଘର ମୁଦି ଏବଂ ସୁନା ଗହଣାକୁ ସହିଦ୍ ନେତାଙ୍କ ବଳିଦାନର ପ୍ରତିଶୋଧ ନେବା ପାଇଁ ଗଠିତ ପାଣ୍ଠିକୁ ଦାନ କରୁଛନ୍ତି। ସେମାନଙ୍କ କହିବା କଥା, ଏହି ସୁନା କେବଳ ଅଳଙ୍କାର ନୁହେଁ, ବରଂ ଶତ୍ରୁ ବିରୋଧରେ ସେମାନଙ୍କର ସଂକଳ୍ପ ଏବଂ ଶହିଦ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ଏକ ଶକ୍ତ ପ୍ରତୀକ।

ନ୍ୟାୟ ଓ ଆତ୍ମସମ୍ମାନର ଲଢ଼େଇ: ଏହି ଆନ୍ଦୋଳନକୁ କେବଳ ଭାବପ୍ରବଣତା ନୁହେଁ, ବରଂ ନ୍ୟାୟ ପ୍ରତିଷ୍ଠା ଏବଂ ଜାତୀୟ ଆତ୍ମସମ୍ମାନର ଲଢ଼େଇ ଭାବେ ଦେଖାଯାଉଛି। ତେହେରାନ୍‌ର ଶହ ଶହ ମହିଳା ଏକାଠି ହୋଇ ସେମାନଙ୍କର ସବୁଠାରୁ ପ୍ରିୟ ଆଭୂଷଣକୁ ପ୍ରତିଶୋଧର ମିଶନ୍‌ ପାଇଁ ସମର୍ପଣ କରୁଛନ୍ତି। ଇରାନୀୟ ନେତୃତ୍ୱ ଓ ଜନସାଧାରଣ ଏହି ମହିଳାମାନଙ୍କର ତ୍ୟାଗ ଓ ଦୃଢ଼ତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଆମେରିକା ଓ ଇସ୍ରାଏଲ୍‌ର ଆକ୍ରମଣ ଓ ନୀତି ବିରୋଧରେ ଇରାନର ମହିଳାମାନଙ୍କ ଏହି ଆହ୍ବାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.