ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନର ନର୍ଥ ବ୍ଲକରେ ଅଗ୍ନିକାଣ୍ଡ ଘଟିଛି। ଲୋକମାନେ ଦୂରରୁ ଧୂଆଁ ଉଠୁଥିବାର ଦେଖିଥିଲେ।
ଶିବସେନା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ନିଜେ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡର ଏକ ଫଟୋ ସେୟାର କରିଛନ୍ତି। “ସଂସଦକୁ ଯାଉଥିବା ସମୟରେ ମୁଁ ନର୍ଥ ବ୍ଲକ ପଛରୁ ଘନ ଧୂଆଁ ଉଠିଥିବାର ଦେଖିଥିଲି। ମୁଁ ଆଶା କରୁଛି ଯେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ଜରୁରୀକାଳୀନ ସେବାଗୁଡ଼ିକ ଶୀଘ୍ର ପ୍ରତିକ୍ରିୟା ଦେଉଛନ୍ତି।”
ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଭବନର ବିପରୀତ ନର୍ଥ ବ୍ଲକରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପଠାଇଥିଲା। ସେମାନେ ତୁରନ୍ତ ନିଆଁ ଲିଭାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଏବଂ କିଛି ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅପରପକ୍ଷ ରେ ନର୍ଥ ବ୍ଲକରେ ଅଗ୍ନିକାଣ୍ଡର ଧୂଆଁ କିଛି କିଲୋମିଟର ଦୂରରୁ ଦେଖାଯାଉଥିଲା। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ ଆହୁରି କହିଛନ୍ତି ଯେ କୋଠାରେ କିଛି ଭଙ୍ଗା କାର୍ଯ୍ୟ ଚାଲୁଥିଲା ଏବଂ ଏହି ସମୟ ମଧ୍ୟରେ ଏକ ଛୋଟ ଅଗ୍ନିକାଣ୍ଡ ଘଟିଥିଲା। କୋଠାର ଛାତ ଉପରେ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲିଭାଇ ଦିଆଯାଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ର ରିପୋର୍ଟ ହୋଇନାହିଁ।

