Latest Odisha News

BREAKING NEWS

ନିଖୋଜର ୨୦ ଘଣ୍ଟା ପରେ ନାବାଳିକା ଉଦ୍ଧାର, ଜଣେ ଅଟକ

ଭୁବନେଶ୍ୱର: ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ୪ ବର୍ଷୀୟା ନାବାଳିକା ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ରବିବାର ଦିନ ବାରିପଦାର ଭଞ୍ଜପୁର ଅଞ୍ଚଳରେ ଥିବା ନିଜ ଘର ସାମ୍ନାରେ ନାବାଳିକାଟି ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ନିଖୋଜ ପରେ ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପକ୍ଷରୁ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଥିଲା। ନାବାଳିକାକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପୁଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା ।

କିନ୍ତୁ ଆଜି ହଠାତ୍ ଜଣେ ଯୁବକ ନାବାଳିକାକୁ ଆଣି ନିଖୋଜ ହୋଇଥିବା ସ୍ଥାନରେ ଛାଡ଼ିଥିଲେ। ନାବାଳିକାକୁ ଛାଡ଼ି ଯୁବକ ଜଣକ ଫେରାର ହୋଇଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ନାବାଳିକାଟି କିପରି ନିଖୋଜ ହେଲା ସେ ନେଇ ତଦନ୍ତ କରୁଛି । ନିଖୋଜ ଥିବା ସମୟରେ ନାବାଳିକାଟି କେଉଁଠାରେ ଥିଲା, ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ ଯୁବକକୁ ପଚରାଉଚରା କରୁଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।

Leave A Reply

Your email address will not be published.