ହାଇଦ୍ରାବାଦ: ଜୋରଜବରଦସ୍ତ ସମ୍ପର୍କ ଗଡି ହୁଏନା । ନଚେତ୍ ପରିଣାମ ଭୟଙ୍କର ହୋଇପାରେ । ପ୍ରମାଣ ସ୍ୱରୂପ ହାଇଦ୍ରାବାଦର ଜଣେ ଆଇଟି କର୍ମଚାରୀ । ନିଜ ଅଫିସରେ କାମ କରୁଥିବା ଜଣେ ସହକର୍ମୀଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ । ସମ୍ପୃକ୍ତ ସହକମୀ ରାଜି ନହେବାରୁ ଜୀବନ ହାରିଲେ ମହିଳା । ହାଇଦ୍ରାବାଦରେ ୨୯ ବର୍ଷୀୟ ସଫ୍ଟୱେର ଇଂଜିନିୟରଙ୍କ ମୃତ୍ୟୁ । ରବିବାର ତାଙ୍କ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କାରୁଛି । ମୃତ ମହିଳା ଜଣଙ୍କ ହେଲେ ଅର୍ଚ୍ଚନା ଚୌଧୁରୀ । ତାଙ୍କ ଘର ଉତ୍ତରପ୍ରଦେଶରେ । ହାଇଦ୍ରାବାଦର ମାଇଣ୍ଡସ୍ପେସ୍ ଆଇଟି କରିଡରର ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ ।
ପ୍ରାଥମିକ ସୂଚନା ଅନୁସାରେ, ରବିବାର ପ୍ରାୟ ଭୋର ୨ଟା ୩୦ ମିନିଟରେ ମହିଳା ନିଜର ସମହକର୍ମୀଙ୍କୁ ଭିଡିଓ କଲ୍ କରିଥିଲେ । ସେହି ସମୟରେ ସହକର୍ମୀ ହାଇଦ୍ରାବାଦ ବାହାରେ ନିଜ ମାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ଭିଡିଓ କଲ୍ କରି ସହକର୍ମୀ ଯୁବକଙ୍କୁ କହିଥିଲେ ଯଦି ସେ ବିବାହ ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ । ପରେ ପରେ ସହକର୍ମୀ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ଅର୍ଚ୍ଚନା ଆଉ ଫୋନ୍ ରିସିଭ୍ କରିନଥିଲେ । ଭୋର ପ୍ରାୟ ୫ଟା ୩୦ରେ ମହିଳାଙ୍କ ଫ୍ଲାଟ୍ରେ ପହଂଚି ଦେଖିଲେ ଯେ କବାଟ ଭିତର ପଟୁ ବନ୍ଦ ରହିଛି । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ସହକର୍ମୀ । ପାଟ୍ରୋଲିଂ ପୋଲିସ ଘଟଣାସ୍ଥଳରେ ପହଂଚି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ସେଠାରେ ମହିଳାଙ୍କୁ ମୃତ ଅବସ୍ଥାରେ ପାଇଥିଲେ ବୋଲି ମାଧାପୁର ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ପୁରା ଘରକୁ କର୍ଡନକୁ ନେଇ ଯାଂଚ କରିଥିଲା । ମୃତଦେହ ବ୍ୟବଚ୍ଚେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ମୃତ୍ୟୁ ପୂର୍ବର ପରିସ୍ଥିତି ଏଥିରେ ଜଡିତ ଥିବା ସମସ୍ତଙ୍କୁ ପଚରାଉଚରା କରାଯାଉଛି । ପ୍ରକୃତରେ କଣ ଘଟିଥିଲା ମହିଲାଙ୍କ ସହ ? ତାର ପୁଂଖାନୁପୁଂଖ ତଦନ୍ତ କରୁଛି ପୋଲିସ ।

