ଜାପାନ୍: ଆଉ ନାହାନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁଓ ଫୁକୁଦା । ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛିା କ୍ଷମତାରେ ଥିବା ବେଳେ ଚୀନ ସହ ସମ୍ପର୍କ ସୁଧାରିବାକୁ ପ୍ରୟାସ କରିଥିଲେ ସେ । ସେତେବେଳେ ଚୀନ୍ ରଷ୍ଟ୍ର୍ରପତି ହୁ ଜିନ୍ତାଓଙ୍କୁ ଜାପାନ ଗସ୍ତ କରିବା ପାଇଁ ନିମନ୍ତ୍ରଣ ଜଣାଇଥିଲେ । ସେପ୍ଟେମ୍ବର ୨୦୦୭ରୁ ବର୍ଷେ ପାଇଁ ଜାପାନର ନେତୃତ୍ୱ ନେଇଥିଲେ ସେ । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସ୍ଥାନ ନେଇଥିଲେ ସେ । ଯାହାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ୧୨ ମାସ ପରେ ଶେଷ ହୋଇଥିଲା । ମେ ୨୦୦୮ରେ ହୁ ତିନ୍ତାଓଙ୍କ ଏହି ଗସ୍ତ ତାଙ୍କୁ ଦଶନ୍ଧି ମଧ୍ୟରେ ଜାପାନ ଗସ୍ତ କରିଥିବା ପ୍ରଥମ ଚୀନ ରଷ୍ଟ୍ରମୁଖ୍ୟରେ ପରିଣତ କରିଥିଲା । ଉଭୟ ନେତା ଏକ ମିଳିତ ବିବୃତି ଜାରି କରି ସାଧାରଣ ରଣନୀତି ସ୍ୱାର୍ଥ ଉପରେ ଆଧାରିତ ପାରସ୍ପରିକ ଲାଭଦାୟକ ସମ୍ପର୍କ ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
୨୦୦୮ ସେପ୍ଟେମ୍ବର ମାସରେ ନିଜର ଲୋକପ୍ରୀୟତା ହ୍ରାସ ପାଇବା ପରେ ଫୁକୁଦା ଇସ୍ତଫା ଦେଇଥିଲେ । ୨୦୧୨ରେ ସେ ରାଜନୀତିରୁ ଅବସର ନେଇଥିଲେ । ତେବେ ଏକ ବିବାଦୀୟ ଦ୍ୱିପପୁଂଜ ଓ ଅନ୍ୟାନ୍ୟ ଐତିହାସିକ ପ୍ରସଙ୍ଗକୁ ନେଇ ଟୋକିଓ ଓ ବେଜିଂ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିବା ବେଳେ ୨୦୧୪ରେ ଫୁକୁଦା ଚୀନ ଗସ୍ତ କରି ରଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଆଲୋଚନା କରିଥିଲେ । ଫଳରେ ଜିନପିଙ୍ଗ ଏବଂ ଆବେଙ୍କ ମଧ୍ୟରେ ଏକ ଶିଖର ସମ୍ମିଳନୀ ଆୟୋଜନ ପାଇଁ ପଥ ପରିଷ୍କାର ହୋଇପାରିଥିଲା । ଯାହା ଆବେଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଅନୁଷ୍ଠିତ ହୋଇଥିଲା ।

