Latest Odisha News

BREAKING NEWS

ନର୍ମଦାରୁ ମିଳିଲା ୩୦୦ରୁ ଅଧିକ ଭୋଟ ପରିଚୟ ପତ୍ର, କେଉଁଠୁ ଆସିଲା, କିଏ ପକାଇଲା?

ଖାରଗୋନ୍‌: କଂଗ୍ରେସର ଭୋଟ୍ ଚୋରୀ ଅଭିଯୋଗର ଆଉ ଏକ ଫର୍ଦ୍ଦ । ପାଣିରେ ପଡିଛି ଶହଶହ ଭୋଟ ପରିଚୟ ପତ୍ର । ମଧ୍ୟପ୍ରଦେଶ ମଣ୍ଡଳେଶ୍ୱର ନିକଟ ନର୍ମଦା ନଦୀରୁ ଉଦ୍ଧାର ହେଲା ୩ଶହରୁ ଅଧିକ ଭୋଟ୍ ପରିଚୟ ପତ୍ର । ସମସ୍ତ ଭେଟ୍ର ଆଇଡି କାର୍ଡ ଇନ୍ଦୋରର ବୋଲି ସୂଚନା ମିଲିଛି । ଘାଟ ସଫେଇ କାର୍ଯ୍ୟକ୍ରମ ବେଳେ ଇନ୍ଦୋରର ଏକ ସାମାଜିକ ସେବା ସଂସ୍ଥା ନିଶ୍ୱାଥ ର୍ ସାମାଜିକ ସେବା ସମିତି କର୍ମକର୍ତ୍ତାଙ୍କୁ ଏହି କାର୍ଡ ମିଳିଥିବା କହିଛନ୍ତି ମଣ୍ଡଳେଶ୍ୱର ଏସଡିପିଓ । ଖବର ପାଇ ରାଜସ୍ୱ ଟିମ୍ ଘଟଣାସ୍ଥଳରେ ପହଂଚି ପଂଚନାମା ପ୍ରସ୍ତୁତ କରି କାଡ ର୍ ଗୁଡିକୁ ଜବତ କରିଥିବା ସୂଚନା ମିଲିଛିା ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରୁଛିା ପୋଲିସ ଜବତ କରିଥିବା ୩୪୩ଟି କାର୍ଡ ଇନ୍ଦୋରର ୨୦୭ ନମ୍ବର ବିଧାନସଭା କ୍ଷେତ୍ରର ଅଷ୍ଟ ପାଲେସ୍‌, ଶ୍ରଦ୍ଧା ପୁରୀ ଓ ଆକାଶ ନଗରର ବୋଲି ଜଣାପଡିଛି ।

ଜିଲ୍ଲା କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି, ଇନ୍ଦୋରରୁ ଏସବୁ କାର୍ଡ ଏଠାକୁ କେମିତି ଆସିଲା? ଏତେ ସଂଖ୍ୟାରେ ଭୋଟର ଆଇଡି କାର୍ଡ କିଏ ଏବଂ କାହିଁକି ଫିଙ୍ଗିଲା? କଣ ନିର୍ବାଚନ ଆୟୋଗ ଏହାର ନିରପେକ୍ଷ ତଦନ୍ତ କରିବ? ଘଟଣାର ପୁଂଖାନୁପୁଂଖ ତଦନ୍ତ ପାଇଁ ଦାବି କରିଛନ୍ତି ସେ । କଂଗ୍ରେସ ତରଫରୁ ମଣ୍ଡଳେଶ୍ୱର ଥାନାରେ ଏନେଇ ଏତଲା ଦିଆଯାଇଛି । କଂଗ୍ରେସ ବିଜେପି ଉପରେ ଭୋଟ୍ ଚୋରୀର ସମ୍ପୃକ୍ତି ଅଭିଯୋଗ ଆଣିଥିବା ବେଳେ ନର୍ବାଚନ କମିଶନ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.