ମୁମ୍ବାଇ: ଅକ୍ଷୟ କୁମାର ଏବଂ ନାସିରୁଦ୍ଦିନ ଶାହଙ୍କ ଅଭିନୀତ ତଥା ବଲିଉଡର ଲୋକପ୍ରିୟ ଫିଲ୍ମ “ମୋହରା” ୩୨ ବର୍ଷ ପରେ ସିନେମା ହଲରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି।
ତ୍ରିମୂର୍ତ୍ତି ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ଏହାକୁ ସ୍ପଷ୍ଟ କରିଛି। ଏହି କଲ୍ଟ କ୍ଲାସିକ୍ ଆକ୍ସନ୍ ଫିଲ୍ମଟି ଦୀପାବଳି ଅବସରରେ ନଭେମ୍ବର ୬ ତାରିଖରେ ବଡ଼ ପରଦାକୁ ଫେରିବ।
ଖାସ୍ କଥା ହେଉଛି, ଏହା ବକ୍ସ ଅଫିସରେ ରଣବୀର କପୁର ଏବଂ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ରାମାୟଣ”କୁ ଟକ୍କର ଦେବ।
ରିପୋର୍ଟ ଅନୁଯାୟୀ, ଦୀପେନ୍ଦ୍ର ସିଂହଙ୍କ “ରିମ୍ପି ଫିଲ୍ମସ୍ ଇଣ୍ଟରନ୍ୟାସନାଲ୍” 4K ରେ “ମୋହରା”କୁ ପୁନଃ ମୁକ୍ତିଲାଭ କରୁଛି। କମ୍ପାନୀ ଅନେକ ଦିନ ଧରି ସୋସିଆଲ ମିଡିଆରେ ଏହାର ପ୍ରତ୍ୟାବର୍ତ୍ତନ ପାଇଁ ଇଙ୍ଗିତ ଦେଇଥିଲା।
“ମୋହରା” ଚଳଚ୍ଚିତ୍ରଟି ୧ ଜୁଲାଇ ୧୯୯୪ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଫିଲ୍ମ ପ୍ରମାଣିତ ହୋଇଥିଲା। ଚଳଚ୍ଚିତ୍ରର କାହାଣୀ ଏବଂ ଷ୍ଟାରକାଷ୍ଟ ବିଜୁ ଶାହଙ୍କ କାଳଜୟୀ ସଙ୍ଗୀତ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଅକ୍ଷୟ ଏବଂ ନାସିରୁଦ୍ଦିନଙ୍କ ବ୍ୟତୀତ, ସୁନୀଲ ଶେଟ୍ଟୀ, ରବୀନା ଟଣ୍ଡନ, ପରେଶ ରାୱଲ, ଗୁଲସନ ଗ୍ରୋଭର, ରାଜା ମୁରାଦ ଏବଂ ପୁନମ ଝାୱର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେଇଥିଲେ। ଏହି ଚଳଚ୍ଚିତ୍ରଟି ରାଜୀବ ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା।
ସେହିପରି କମ୍ପାନୀ “ତ୍ରିମୂର୍ତ୍ତି” ବ୍ୟାନରରେ ନିର୍ମିତ ଅନ୍ୟ ଏଭର ଗ୍ରୀନ ଫିଲ୍ମଗୁଡ଼ିକୁ ପୁନର୍ଜୀବିତ କରିବାକୁ ଯୋଜନା କରୁଛି।ଏଥିରେ “ବିଧାତା” (1982), “ତ୍ରିଦେବ” (1989), “ଗୁପ୍ତ” (1994) ଏବଂ “ଯୁଦ୍ଧ” (1985) ସାମିଲ।

