Latest Odisha News

BREAKING NEWS

ଆଗ୍ରା MLC ନିର୍ବାଚନ: ଶିକ୍ଷକ ସୀଟ୍‌ରେ ‘ସପା’ର କବ୍‌ଜା, ସ୍ନାତକ ଆସନରେ ବିଜେପିର ବାଜିମାତ

ୟୁପି: ଆଗ୍ରା ବିଧାନ ପରିଷଦ ନିର୍ବାଚନରେ ଆସିଛି ରୋଚକ ଫଳାଫଳ। ଶିକ୍ଷକ ଆସନରେ ସମାଜବାଦୀ ପାର୍ଟି (ସପା) ନିଜର ଆଧିପତ୍ୟ ବଜାୟ ରଖିଥିବା ବେଳେ ସ୍ନାତକ ଆସନରେ ଭାରତୀୟ ଜନତା ପାର୍ଟି ବାଜିମାତ କରିଛି। ଶିକ୍ଷକ ନିର୍ବାଚନ ମଣ୍ଡଳୀରୁ ସପା ପ୍ରାର୍ଥୀ ଡଃ ଆକାଶ ଅଗ୍ରୱାଲ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିବା ବେଳେ ସ୍ନାତକ ଆସନରେ ବିଜେପି ପ୍ରାର୍ଥୀ ଡଃ ମାନବେନ୍ଦ୍ର ପ୍ରତାପ ସିଂହ ବିଜୟ ହାସଲ କରିଛନ୍ତି।

ଏହି ହାର୍-ଜିତ୍ ପଛରେ ୫ଟି ମୁଖ୍ୟ କାରଣ ରହିଛି:

୧. ଶିକ୍ଷକଙ୍କ ସମର୍ଥନ: ଶିକ୍ଷକ ଆସନରେ ଅଣ-ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କର ଦୀର୍ଘଦିନର ଦାବି ଓ ସମସ୍ୟାକୁ ଆକାଶ ଅଗ୍ରୱାଲ ପ୍ରମୁଖ ମୁଦ୍ଦା କରିଥିଲେ । ଶିକ୍ଷକ ବର୍ଗ ସପା ସପକ୍ଷରେ ଏକଜୁଟ୍ ହୋଇ ଭୋଟ୍ ଦେଇଥିଲେ।

୨. ସ୍ନାତକ ବର୍ଗରେ ବିଜେପିର ମଜବୁତ ସଂଗଠନ : ସ୍ନାତକ ଆସନରେ ବିଜେପିର ଶାସନକାଳୀନ କାର୍ଯ୍ୟ, ମଜବୁତ କ୍ୟାଡର ନେଟୱାର୍କ ଏବଂ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଡଃ ମାନବେନ୍ଦ୍ର ପ୍ରତାପ ସିଂହଙ୍କୁ ବଡ଼ ବ୍ୟବଧାନରେ ଜିତାଇବାରେ ସାହାଯ୍ୟ କଲା।

୩. ପ୍ରାର୍ଥୀ ଚୟନ ଓ ବ୍ୟକ୍ତିଗତ ପ୍ରଭାବ: ଶିକ୍ଷକ ସୀଟରେ ଆକାଶ ଅଗ୍ରୱାଲଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି ଓ ସକ୍ରିୟତା ବିଜେପି ପ୍ରାର୍ଥୀ ହରି କିଶୋର ତିୱାରୀଙ୍କୁ ପଛରେ ପକାଇଦେଇଥିଲା। ସେହିପରି ସ୍ନାତକ ସୀଟରେ ‘ଗୁରୁଜୀ’ଙ୍କର ଶିକ୍ଷାବିତ୍ ଭାବେ ବହୁ ପୁରୁଣା ସମ୍ପର୍କ କାମ ଦେଲା।

୪. ଅସନ୍ତୋଷ ଓ ପ୍ରତିପକ୍ଷର ଦୁର୍ବଳତା : ଶିକ୍ଷକ ଆସନରେ ବିଜେପିର ସ୍ଥାନୀୟ ସଂଗଠନ ଏବଂ ଶିକ୍ଷକ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖାଦେଇଥିଲା* , ଯାହାର ସିଧାସଳଖ ଫାଇଦା ସପା ପାଇଲା।

ଭୋଟ୍ ଗଣନା ସମୟରେ ହଙ୍ଗାମା ଓ ସୁରକ୍ଷା ବିବାଦ ଦେଖାଦେଇଥିଲେ ହେଁ, ଶେଷରେ ପ୍ରଶାସନିକ ତତ୍ପରତା ଯୋଗୁଁ ଫଳାଫଳ ଶାନ୍ତିପୂର୍ଣ୍ଣ ଭାବେ ଘୋଷଣା କରାଯାଇଥିଲା।

ଶିକ୍ଷକ ଆସନରେ ସମାଜବାଦୀ ପାର୍ଟିର ଡଃ ଆକାଶ ଅଗ୍ରୱାଲ ସୋଟ୍‍ ଗଣନାରେ ୧୪,୦୪୬ ଭୋଟ୍ ପାଇ ବିଜେପିର ହରି କିଶୋର ତିୱାରୀ (୯,୭୮୩ ଭୋଟ୍) ଙ୍କୁ ୪,୨୬୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପଟେ, ସ୍ନାତକ ଆସନରେ ବିଜେପିର ଡଃ ମାନବେନ୍ଦ୍ର ପ୍ରତାପ ସିଂହ ୩୧,୩୯୩ ଭୋଟ୍ ପାଇ ସପାର ଶଶାଙ୍କ ଯାଦବ (୨୨,୫୩୭ ଭୋଟ୍) ଙ୍କୁ ୮,୮୫୬ ଭୋଟ୍‌ର ବୃହତ ବ୍ୟବଧାନରେ ହରାଇଛନ୍ତି।

Leave A Reply

Your email address will not be published.