Latest Odisha News

BREAKING NEWS

No Government Job: ଆନ୍ଦୋଳନ କଲେ ମିଳିବନି ସରକାରୀ ଚାକିରି! ନିୟମ କଡ଼ା କଲେ ଯୋଗୀ ସରକାର, ହିଂସାରେ ସାମିଲ ହେଲେ ବଢ଼ିବ ଅଡ଼ୁଆ…

ଲକ୍ଷ୍ନୌ: ଆନ୍ଦୋଳନରେ ସାମିଲ ହେଉଛନ୍ତି କି? ପ୍ରତିବାଦ ବେଳେ ହିଂସା ଘଟିଲେ ସରକାରୀ ଚାକିରି ପାଇବାରେ ହୋଇପାରେ ବଡ଼ ସମସ୍ୟା! ଏଭଳି କଡା ନିୟମ ଆଣୁଛନ୍ତି ୟୁପି ସରକାର । ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ା କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏହି ନିର୍ଦ୍ଦେଶକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।

ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ସରକାରୀ ବିଭାଗ, ନିଗମ, ପରିଷଦ ଓ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ସିଧାସଳଖ ନିଯୁକ୍ତି ପାଇଁ ଏହି ନିୟମ ଲାଗୁ ହେବ। ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ଏମ୍‌. ଦେବରାଜ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, କୌଣସି ବ୍ୟକ୍ତିଙ୍କୁ କେବଳ ତାଙ୍କ ରାଜନୈତିକ ବିଚାରଧାରା ପାଇଁ ଚାକିରି ନିମନ୍ତେ ଅଯୋଗ୍ୟ କରାଯାଇପାରିବ ନାହିଁ। କିନ୍ତୁ ହିଂସାତ୍ମକ ଉପାୟରେ ସମାଜର ବର୍ତ୍ତମାନ ବ୍ୟବସ୍ଥାକୁ ବଦଳାଇବା ଉଦ୍ଦେଶ୍ୟ ରଖିଥିବା ସଂଗଠନର ସଦସ୍ୟ ହେଲେ ନିଯୁକ୍ତିରୁ ବଞ୍ଚିତ ହେବାର ଆଶଙ୍କା ରହିବ। ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ହେବା ମଧ୍ୟ ଚରିତ୍ର ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ ହେବ।

ତେବେ ଏବେ ପ୍ରଶ୍ନ ଉଠୁଛି, କେବଳ ଏଫ୍‌ଆଇଆର୍‌ ହୋଇଗଲେ ଚାକିରି ମିଳିବନି କି? କେବଳ ଏଫ୍‌ଆଇଆର୍‌ ରୁଜୁ ହେବା କିମ୍ବା ତଦନ୍ତ ଚାଲିଥିବା କାରଣରୁ ଜଣେ ଆବେଦନକାରୀଙ୍କୁ ସ୍ୱତଃ ଅଯୋଗ୍ୟ ଘୋଷଣା କରାଯିବ ନାହିଁ। ନିୟମରେ ଆହୁରି କୁହାଯାଇଛି, ୨୧ ବର୍ଷ ବୟସ ପୂରଣ କରିବା ପରେ ଏବଂ ଯାଞ୍ଚ ତାରିଖର ପୂର୍ବ ତିନି ବର୍ଷ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପରେ ଭାଗ ନେବାକୁ ସଂପୃକ୍ତ ବ୍ୟକ୍ତି ଏବେ ବି ସେପରି କାର୍ଯ୍ୟରେ ସକ୍ରିୟ ଥିବାର ପ୍ରମାଣ ଭାବେ ଧରାଯାଇପାରେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିଥିବାର ଠୋସ୍‌ ପ୍ରମାଣ ମିଳିଲେ ତାହା ବିଚାରକୁ ନିଆଯିବ। ଏହାସହ ପୂର୍ବ ବିଭାଗରୁ ଆବଶ୍ୟକ ସୂଚନା ମଗାଯାଇପାରିବ ଏବଂ ପୋଲିସକୁ ୩୦ ଦିନ ମଧ୍ୟରେ ଚରିତ୍ର ଯାଞ୍ଚ ରିପୋର୍ଟ ଦେବାକୁ ପଡ଼ିବ। ପୂର୍ବରୁ ସରକାରୀ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ନୂଆ ଯାଞ୍ଚ ଲାଗୁ ହେବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.