Latest Odisha News

BREAKING NEWS

ଜନ୍ତର ମନ୍ତରରେ ଆଉ ହେବନି ଆନ୍ଦୋଳନ ! ଜାଣନ୍ତୁ କଣ ହେବ…

ନୂଆଦିଲ୍ଲୀ: ବଦଳିଯିବ ଜନ୍ତରମନ୍ତରର ଆଜି ଯାଏଁ ଥିବା ପରିଚୟ । ଦିନେ ପ୍ରତିବାଦ ପାଇଁ ଜନ୍ତରମନ୍ତରକୁ ବ୍ୟବହାର କରାଯାଉଥିବା ବେଳେ ଏବେ ଦେଶର ଐତିହ୍ୟ ସଂସ୍କୃତି ଓ ସ୍ମାରକୀର ଗାଥା କହିବ ଜନ୍ତରମନ୍ତର । ଜନ୍ତର ମନ୍ତର ଚାରିପାଖ ଅଂଚଳକୁ ପ୍ରତିବାଦ ସ୍ଥାନ ଭାବେ ବ୍ୟବହାର ନକରିବାକୁ ସରକାରଙ୍କ ତରଫରୁ ବିନୋଟିଫାଏ (ନୋ-ପ୍ରୋଟେଷ୍ଟ ଜୋନ୍ ) କରାଯାଇଛି । ଏହାପରେ ଏବେ ପୁଣି କେନ୍ଦ୍ର ସରକାର ୧୮ଶ ଶତାବ୍ଦୀର ସଂରକ୍ଷିତ ସ୍ମାରକୀକୁ ପ୍ରମୁଖ ସ୍ଥାନ ମଧ୍ୟରୁ ଗୋଟିଏ ଭାବେ ଚୟନ କରିବାକୁ ଶୀଘ୍ର ପଦକ୍ଷେପ ନେଇଛନ୍ତି । ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୧ ମାର୍ଚ୍ଚ ଯାଏ ଚାଲିବ ଇଣ୍ଡିଆ ବିଏନଲେ-୨୦୨୬ । ଏଥିରେ ଡଜନରୁ ଅଧିକ ସ୍ମାରକୀ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକରେ ସଂଗୃହିତ ପ୍ରଦର୍ଶନୀ ଏବଂ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ୨୦୨୩ରେ ଲାଲକିଲ୍ଲାଠାରେ ପ୍ରଥମ ଇଣ୍ଡିଆ ଆର୍ଟ, ଆର୍କିଟେକ୍‌ଚର ଆଣ୍ଡ ଡିଜାଇନ ବିଏନଲେ ଆୟୋଜିତ ହୋଇଥିଲା । କିନ୍ତୁ ଏହାର ପରିସର ସୀମିତ ଥିଲା । ଇଣ୍ଡିଆ ବିଏନଲେ-୨୦୨୬କୁ ଏହାର ଦ୍ୱିତୀୟ ସଂସ୍କରଣ କୁହାଉଥିଲେ ମଧ୍ୟ ସଂସ୍କୃତିର ମନ୍ତ୍ରାଳୟ ଏହାକୁ ଏକ ଭିନ୍ନ ରୂପରେ ପ୍ରସ୍ତୁତ କରିଛି । ପରିସର ଓ ଲକ୍ଷ୍ୟ ଦୃଷ୍ଟିରୁ ଏହା ଏକ ଅନନ୍ୟ ଆୟୋଜନ । ଯେଉଁଥିରେ ଭାରତ ସମେତ ଦେଶର ଅନ୍ୟାନ୍ୟ ୨୦ ଦେଶର ଶ୍ରେଷ୍ଠ କଳା , ସ୍ଥାପତ୍ୟ ଓ ଡିଜାଇନ ଏକତ୍ରିତ କରିବାର ଉଦ୍ଦେଶ୍ୟ ରହିଛି ।

ଫ୍ରାନ୍ସ, ଇଟାଲୀ, ହଙ୍ଗେରୀ, ସୁଇଜରଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ ୯ଟି ଦେଶ ଏଥିରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ ହୋଇଛି । ପ୍ରଦର୍ଶନୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅନୁଭୂତି ପାଇଁ ସ୍ଥାନ ହେବାକୁ ଥିବା ସ୍ମାରକୀ ଗୁଡିକର ତାଲିକାରେ ଲାଲ କିଲ୍ଲା, କୁତବ ମିନାର, ହୌଜ ଖାସ୍‌, ଅଗ୍ରସେନ୍ କି ବାଓଲି, ହୁମାୟୁନଙ୍କ ମକବରା, ଲୋଧି ଗାର୍ଡେନ, ମେହରୌଲି, କିଲା ରାୟ ପିଥୋରା, ସଫଦରଗଂଜଙ୍କ ମକବରା, ସବ୍ଚ ବୁର୍ଜ, ଫିରୋଜଶାହ କୋଟଲା, ସାକ୍ରି ଘୁମଟି ଏବଂ ଛୋଟି ଘୁମଟି ରହିଛି । ତାଲିକାରେ ମ୍ୟୁଜିଅମ, ଇନ୍ଦିରାଗାନ୍ଧୀ ନାସନାଲ ସେଂଟର ଫର ଆଟ ର୍, ନାସନାଲ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ, ଲଲିତ କଳା ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ଅନ୍ତର୍ଭୂକ୍ତ । ବର୍ତ୍ତମାନ ପାଇଁ ୱେବସାଇଟରେ ଏହି ସ୍ଥାନ ଗୁଡିକ ଥିବାବେଳେ ଜଣାପଡିଛି ଯେ ଖୁବଶୀଘ୍ର ଏହି ତାଲିକାରେ ଜନ୍ତରମନ୍ତରକୁ ଯୋଡାଯିବ ।

ସୂଚନା ଅନୁସାରେ ସିଇସି ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ହୋଇଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଜନ୍ତରମନ୍ତର ଚାରିପାଖକୁ ନୋ-ପ୍ରୋଟେଷ୍ଟ ଜୋନ୍ ଭାବରେ ଅଧିସୂଚିତ କରାଯିବ ପରେ ଏହାକୁ ଇଣ୍ଡିଆ ବିଏନଲେ-୨୦୨୬ର ମୁଖ୍ୟ ଭେନ୍ୟୁ ଭାବେ ବ୍ୟବହାର କରିବାର ନିଷ୍ପତ୍ତି ନିଆଯାଇଛି । ୩ଦଶନ୍ଧିରୁ ଅଧିକ ସମୟ ଧରି ଜନ୍ତରମନ୍ତରକୁ ପ୍ରତିବାଦ ସ୍ଥାନ ଭାବେ ନିଯୁକ୍ତ କରାଯାଉଥିଲା । କିନ୍ତୁ ଏବେ ଇଣ୍ଡିଆ ବାଇନାଲେ ଏହି ସ୍ଥାନରେ ଆୟୋଜିତ ହେବାକୁ ଥିବା ପ୍ରଥମ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ଏକ ହୋଇପାରେ । କାରଣ ସହରର ମଧ୍ୟଭାଗରେ ଏହାର ଅବସ୍ଥିତି ଏବଂ ମେଟ୍ରୋଷ୍ଟେସନ ନିକଟରେ ରହିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ୧୦୮ ଦିନ ପାଇଁ ଦିଲ୍ଲୀ ସ୍ମାରକୀ ଗୁଡିକ କାନଭାସ୍ ହୋଇଯାଏ । ଡିସେମ୍ବର ୪ରୁ ମାର୍ଚ୍ଚ ୨୧ ଯାଏ ଦିଲ୍ଲୀର ଐତିହ୍ୟ ସ୍ମାରକୀ, ସଂଗ୍ରହଳୟ ଗ୍ୟାଲେରୀ, ସାର୍ବଜନୀନ ସ୍ଥାନ ଓ ସମ୍ପ୍ରଦାୟଗୁଡିକ ଏକକ କ୍ୟୁରେଟୋରିଆଲ ଦୃଷ୍ଟିିକୋଣ ଅଧିନରେ ଏକାଠି ହୁଅନ୍ତି ବୋଲି ନଜିର ରହିଛି ।

Leave A Reply

Your email address will not be published.