Latest Odisha News

BREAKING NEWS

ସାଧାରଣ ଥଣ୍ଡା ଔଷଧ ଶରୀରରେ ବଢାଇପାରେ କରୋନା ଓ ଫ୍ଲୁ ଭୂତାଣୁ: ଅଧ୍ୟୟନ

ବ୍ୟୁରୋ: ସାମାନ୍ୟ ଥଣ୍ଡା ହେଲେ, ରକ୍ତ ପରୀକ୍ଷା ନକରି ଖାଉଛନ୍ତି କି ଥଣ୍ଡା ନିରୋଧୀ ଔଷଧ? ସାବଧାନ! ଏହା ଆପଣଙ୍କ ଶରୀରରେ କି ପ୍ରକାର ପ୍ରଭାବ ପକାଏ? ଏହି ଔଷଧ ଖାଇଲେ ଆମ ଶରୀରରେ କି ସୁବିଧା ଆଉ କି ଅସୁବିଧା ହେଉଛି, ଜାଣନ୍ତୁ । ଥଣ୍ଡା ହେଲେ ଔଷଧ ଖାଇନେଲେ ଥଣ୍ଡା ଭଲ ହେଉଥିବ ନିଶ୍ଚୟ ହେଲେ ପରେ ଶରୀର ଆହୁରି ଅଧିକ ଅସୁସ୍ଥ ହୋଇଯିବାର ସମ୍ଭାବନା ରହିଛି । ନରୱେଜିଆନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦୟାଳୟର ବୈଜ୍ଞାନିକ ମାନେ ଏ ସମ୍ବନ୍ଧୀୟ ନୂଆ ତଥ୍ୟ ହାସଲ କରିଛନ୍ତି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ସାଧାରଣ ପ୍ରବାହ–ରୋଧୀ ଔଷଧ ଗୁଡିକ ଶରୀରରେ କୋଭିଡ୧୯ ଓ ଫ୍ଲୁ ଭୂତାଣୁ ପ୍ରସାରିତ କରିବାରେ ସହାୟକ ହୋଇପାରେ । ଔଷଧ ଗୁଡିକ ଶରୀରର ପ୍ରମୁଖ ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇପାରେ । ଭୂତାଣୁଜନୀତ ସଂକ୍ରମଣକୁ ଗମ୍ଭୀର କରିପାରେ । ଆଂଟି ଇନଫ୍ଲାମେଟୋରୀ ଔଷଧ ଭାଇରସ ପାଇଁ ଦ୍ୱାର ଖୋଲିଦିଏ । ମେଡିସିନ୍ ଖାଇଲେ ସଙ୍ଗେ ସଙ୍ଗେ ଦେହ ସୁସ୍ଥ ଲାଗୁଛିା ହେଲେ ଏହାର ପ୍ରଭାବ ଆଗକୁ ଦେହ ଅସୁସ୍ଥ କରିଦେଇପାରେ । ଏନେଇ ଏକ ଗମ୍ବୀର ପାଶ୍ୱର୍ ପ୍ରତିକ୍ରିୟା ପାଇଛନ୍ତି ବୈଜ୍ଞାନିକ ଦଳ । ଏହା ଶରୀରରେ ଭାଇରସ ଗୁଡିକୁ ଅଧିକ ସହଜରେ ପ୍ରସାରିତ କରିବାରେ ସହାୟକ ହୁଏ । ଏହି ଔଷଧ ଇନଫ୍ଲୁଏଞ୍ଜା, କୋଭିଡ୍-୧୯ ଓ ଅନ୍ୟ ଭୂତାଣୁ ଖୁବ ସହଜରେ ଶରୀରରେ ପ୍ରସାରିତ ହୋଇଯାଏ । ଜ୍ୟାକ୍ ଇନହିବିଟର ଔଷଧ ଶରୀରରେ ଏନଜାଇମର ଗତିବିଧିକୁ ବନ୍ଦ କରେ । ଯାହା କୋଭିଡ ତଥା ଭାଇରାଲ୍ ସଂକ୍ରମଣ ରୋକିବା ପ୍ରତି ଶରୀରକୁ ଦୁର୍ବଳ କରିଦିଏ ।

ଗବେଷକମାନେ ଜାଣିପାରିଲେ, ବାରିସିଟିନିବ ଭଳି ମେଡିସିନ୍ ଭାଇରସ ସଂକ୍ରମଣ କରୁଥିବା ଜିନର କାର୍ଯ୍ୟକଳାପକୁ ଦମନ କରେ । ଏହି ଜିନ୍ ଭାଇରସ ସଂକ୍ରମଣ ପ୍ରତି ଶରୀରର ପ୍ରତିକ୍ରିୟାରେ ଏକ ଗୁରୁତ୍ୱପୂଣ ର୍ ଭୂମିକା ଗ୍ରହଣ କରନ୍ତି । ଏନଆଇଟିୟୁ ଗବେଷକ ଏବଂ ନୂଆ ପତ୍ରିକାର ସହ ଲେଖକ ଆଲେକଜାଣ୍ଡର ଇଆନେଭସ୍କି କହିଛନ୍ତି , ଏହି ଔଷଦ ଶରୀରକୁ ଦୁର୍ବଳ କରିଦିଏ ଭାଇରସ ବିପକ୍ଷ ପ୍ରତିରୋଧ ଶକ୍ତିରେ । ଶରୀର କୋଷ କଣିକାକୁ ଶୀଘ୍ର ନଷ୍ଟ କରିପକାଏ । ବିଶେଷକରି ଫୁସଫୁସ, ଆଖି ଓ ମସ୍ତିଷ୍କରେ ପ୍ରଭାବ ପକାଏ । ଭାଇରାଲ ଇନଫେକ୍ସନରେ ପୀଡିତ ରୋଗୀ ଶରୀରରେ ଏହି ସମସ୍ୟା ଦେଖାଦିଏ । ଡାକ୍ତରଙ୍କୁ ମେଡିସିନ୍ ଦେବାକୁ ମନା ହେଉନାହିଁ । କିନ୍ତୁ ଦେଖିଚାହିଁ ଔଷଧ ଦେବାକୁ ପରାମର୍ଶ ଦିଆଯାଇଛି । ଏମିତିକି ଅଧ୍ୟୟନ କହୁଛି, ଯଦି ଆପଣ ଏହି ଔଷଧ ନେଉଛନ୍ତି, ହଠାତ୍ ବନ୍ଦ କରନ୍ତୁନାହିଁ, କିମ୍ବା ଡାକ୍ତରଙ୍କ ପରାମର୍ଶ ବିନା ଡୋଜ୍ ବଦଳାନ୍ତୁ ନାହିଁ ।

Leave A Reply

Your email address will not be published.