Latest Odisha News

BREAKING NEWS

ରଣଜୀ ଟ୍ରଫି: ସର୍ଭିସେସ ବିପକ୍ଷ ମ୍ୟାଚ୍ ଡ୍ର, ବାତ୍ୟା ଅର୍ଣ୍ଣବ ପ୍ରଭାବିତ ମ୍ୟାଚ୍‌ରୁ ଓଡ଼ିଶାକୁ ମିଳିଲା ପ୍ରଥମ ପଏଣ୍ଟ

ଭୁବନେଶ୍ୱର:ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ ଭୁବନେଶ୍ୱରସ୍ଥିତ କିଟ  ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଓଡ଼ିଶା ଏବଂ ସର୍ଭିସେସ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍-ସି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ଏହି ଡ୍ର ସହ ଓଡ଼ିଶା ଚଳିତ ରଣଜୀ ସିଜନ୍‌ରେ ନିଜର ପ୍ରଥମ ପଏଣ୍ଟ ହାସଲ କରିଛି । ଚାରିଦିନିଆ ଏହି ମ୍ୟାଚ୍‌ର ପ୍ରଥମ ଦିନରେ ସମ୍ପୂର୍ଣ୍ଣ ଖେଳ ସମ୍ଭବ ହୋଇଥିବା ବେଳେ ପରବର୍ତ୍ତୀ ଦୁଇ ଦିନ (ଦ୍ୱିତୀୟ ଓ ତୃତୀୟ ଦିନ) ବର୍ଷା ଯୋଗୁଁ ଗୋଟିଏ ହେଲେ ବଲ୍ ଫିଙ୍ଗାଯାଇପାରି ନଥିଲା । ଶେଷ ଦିନରେ ମଧ୍ୟ ମାତ୍ର ଆଧା ଘଣ୍ଟା ଖେଳ ସମ୍ଭବ ହୋଇଥିଲା । ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ମୋଟ ୯୪.୩ ଓଭର ଖେଳ ହୋଇପାରିଥିଲା, ଯେଉଁଥିରେ ଦୁଇଟି ଯାକ ଇନିଂସ ମଧ୍ୟ ଶେଷ ହୋଇପାରି ନଥିଲା ।

ଓଡ଼ିଶା ଚଳିତ ୨୦୨୬-୨୭ ରଣଜୀ ସିଜନ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ  ଗୁଜରାଟ ଏବଂ କେରଳ ନିକଟରୁ ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ତୃତୀୟ ମ୍ୟାଚ୍‌ରେ ମଧ୍ୟ ଦଳ ସଙ୍କଟରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଡ୍ର ରହିଥିଲା । ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ ରୁ ୫ ପର‌୍ୟ୍ୟନ୍ତ ଭୁବନେଶ୍ୱରରେ ଝାଡ଼ଖଣ୍ଡ ବିପକ୍ଷରେ ଖେଳିବ ।

ମ୍ୟାଚ୍‌ର ସଂକ୍ଷିପ୍ତ ସ୍କୋର: ଓଡ଼ିଶା (ପ୍ରଥମ ଇନିଂସ): ୧୯୪ ରନ୍‌ରେ ଅଲଆଉଟ୍ (୮୨.୩ ଓଭର) । ସରଭିସେସ୍ (ପ୍ରଥମ ଇନିଂସ): ୪୦/୦ (୧୨ ଓଭର) ।

Leave A Reply

Your email address will not be published.