Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ଏତେ ଟି୨୦ ମ୍ୟାଚ୍ ଖେଳୁଛି କାହିଁକି ? ୱାର୍ଲ୍ଡ କପ୍ ପରେ ଭାରତ ସବୁଠୁ ଆଗରେ, ଅଷ୍ଟ୍ରେଲିଆ ବହୁ ପଛରେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳ କ୍ରମାଗତ ୨ ଥର ଟି୨୦ ୱାର୍ଲ୍ଡ କପ୍ ଟାଇଟଲ୍ ଜିତି ନିଜର ଦବଦବା ବଜାୟ ରଖିଛି । ତେବେ ଏହି ବର୍ଷ ୱାର୍ଲ୍ଡ କପ୍ ଜିତିବା ପରଠାରୁ ଭାରତୀୟ ଦଳ ବିଶ୍ୱରେ ସବୁଠାରୁ ଅଧିକ ଟି୨୦ ମ୍ୟାଚ୍ ଖେଳିଛି । ଏତେ ସଂଖ୍ୟକ ମ୍ୟାଚ୍ ଖେଳିବା ପଛରେ ବିସିସିଆଇର କିଛି ଗୁରୁତ୍ୱପୂର୍ଣ୍ଣ କାରଣ ଓ ରଣନୀତି ରହିଛି ।  ଫ୍ୟୁଚର ଟୁଅର୍ସ ପ୍ରୋଗ୍ରାମ ଅଧୀନରେ ଭାରତୀୟ ଦଳ ପୂର୍ବ ନିର୍ଦ୍ଧାରିତ ସିରିଜ୍‌ଗୁଡ଼ିକ ଖେଳୁଛି । ଜିମ୍ବାୱେ, ଆୟରଲ୍ୟାଣ୍ଡ, ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ପରି ଦଳଗୁଡ଼ିକ ଭାରତୀୟ ଦଳକୁ ଆତିଥେୟତା ଦେଲେ ବ୍ରୋଡ୍‌କାଷ୍ଟିଂ ଓ ସ୍ପୋନ୍ସରସିପ୍‌ରୁ ପ୍ରଚୁର ରୋଜଗାର କରିଥାନ୍ତି ।  ନିୟମିତ ଟି୨୦ ମ୍ୟାଚ୍ ମାଧ୍ୟମରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଓ ନୂତନ ପ୍ରତିଭାମାନଙ୍କୁ (ଯେପରିକି ନମନ ଧୀର, ନୀତିଶ କୁମାର ରେଡ୍ଡୀ, ମୟଙ୍କ ଯାଦବ) ଆନ୍ତର୍ଜାତୀୟ ସ୍ତରର ଅଭିଜ୍ଞତା ଦିଆଯାଉଛି ।

୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଟି୨୦ କ୍ରିକେଟ୍ ସାମିଲ ହେଉଛି, ଯେଉଁଥିରେ ସ୍ୱର୍ଣ୍ଣ ପଦକ ଜିତିବା ଭାରତର ମୁଖ୍ୟ ଲକ୍ଷ୍ୟ । ୨୦୨୮ ଟି୨୦ ୱାର୍ଲ୍ଡ କପ୍‌ରେ କ୍ରମାଗତ ତୃତୀୟ ଥର ଚାମ୍ପିଅନ୍ ହେବା ପାଇଁ ଏବେଠାରୁ ପ୍ରସ୍ତୁତି ଚାଲିଛି । ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ଦଳଗୁଡ଼ିକ ଞ୨୦ଓ ଅପେକ୍ଷା ଟେଷ୍ଟ କ୍ରିକେଟ୍ ଏବଂ ୫୦ ଓଭର ମ୍ୟାଚକୁ ଅଧିକ ପ୍ରାଥମିକତା ଦିଅନ୍ତି । ସେମାନଙ୍କର ପ୍ରମୁଖ ଖେଳାଳିମାନଙ୍କର ୱାର୍କଲୋଡ୍ ମ୍ୟାନେଜମେଣ୍ଟ ପାଇଁ ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ରୁ ବିଶ୍ରାମ ଦିଆଯାଏ ।

Leave A Reply

Your email address will not be published.