Latest Odisha News

BREAKING NEWS

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ଗିରଫ କଲା ପୋଲିସ । ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ ଜେଲ୍‌ କୁ ପଠାଯାଇଛି ।

ଏହି ମାମଲାର ଅନ୍ୟ ଅଭିଯୁକ୍ତ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ମଧ୍ୟ ପୂର୍ବରୁ ଆତ୍ମସମର୍ପଣ କରି ଜେଲରେ ଅଛନ୍ତି । ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କୁ ପୁଲିସ ଗିରଫ କରିଥିଲା। ଉଭୟ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭ ବର୍ତ୍ତମାନ ପାରଳାଖେମୁଣ୍ଡି ସବ୍‌ ଜେଲରେ ଅଛନ୍ତି । ଏବେ ବିଦ୍ୟାଭାରତୀ ମଧ୍ୟ ଜେଲ୍‌ ଯିବା ପରେ ଏହି ମାମଲାରେ ଗିରଫ ଦାରି ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ସୁଚନାଯୋଗ୍ୟ, ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଏସିଏଫ୍ (ACF) ଭାବେ କାର୍ଯ୍ୟରତ ଥିବା ସୌମ୍ୟ ରଞ୍ଜନ ନିଜ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ, ତତ୍କାଳୀନ ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତି ଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା ।

Leave A Reply

Your email address will not be published.