ନୂଆଦଲ୍ଲୀ: ଦିଲ୍ଲୀ ଏନସିଆର ପାଇଁ ଦୀପାବଳି ନିର୍ଦ୍ଦେଶନାମା ଜାରି ହୋଇଛି । ସୋମବାର ଦୀପାବଳି ପାଇଁ କଡା କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ । ନଭେମ୍ବର ୭ ଓ ୮ ତାରିଖରେ ଦିଲ୍ଲୀରେ କେବଳ ଗ୍ରୀନ୍ କ୍ରାକର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ସୁପ୍ରମକୋର୍ଟ । ସକାଳ ୬ରୁ ୭ଟା ଏବଂ ସନ୍ଧ୍ୟା ୭ଟାରୁ ରାତି ୧୦ଟା ମଧ୍ୟରେ ଫୁଟାଇପାରିବେ ବାଣ । ଅନ୍ୟ ସମୟରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବାଣ ଫୁଟାଇବାରେ ସମ୍ପୂଣ୍ଣ ର୍ ରହିତାଦେଶ ଜାରି କରିଥିବା ବେଳେ କେବଳ ଗ୍ରୀନ୍ କ୍ରାକର ପାଇଁ ମିଳିଛି ଅନୁମତି । ନଭେମ୍ବର ୭ ଓ ୮ ଦୁଇ ଦିନ ପାଇଁ ଦୀପ ଲଗାଇବା ସହ ଗ୍ରୀନ୍ ବାଣ ଫୁଟାଇବାକୁ ଅନୁମତି ମିଳିଥିବା ବେଳେ ନଭେମ୍ବର ୯ ତାରିଖ ଠାରୁ ଦିଲ୍ଲୀରେ ଶୁଭିବନି ବାଣ ଶବ୍ଦ । ଏନେଇ କଡା ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ ।
ଏମଏମ ସୁନ୍ଦ୍ରେସ ଓ ପ୍ରସନ୍ନ ବି ଭାରାଲେଙ୍କ ଗଠିତ ଖଣ୍ଡପିଠ ଏହି ଶୁଣାଣି କରି କହିଛନ୍ତି । ବେରିୟମ ଥିବା ଏବଂ ସିଏସଆଇଆର-ଏନଇଇଆରଆଇ ଦ୍ୱାରା ଅନୁମୋଦିତ ନଥିବା ବାଣ ଫୁଟାଇବାକୁ ସଫା ସଫା ମନା କରାଯାଇଛି । ହସ୍ପିଟାଲ, ନସିଂ ର୍ହୋମ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବୃଦ୍ଧାଶ୍ରମ ଏବଂ ଅଧୁସୂଚିତ ନୀରବ କ୍ଷେତ୍ରର ୩ଶହ ମିଟର ପରିଧି ମଧ୍ୟରେ ବାଣ ନଫୁଟାଇବକୁ ନିର୍ଦ୍ଦେଶ ହୋଇଛି । ଶିକ୍ଷା କେନ୍ଦ୍ର ନିକଟକୁ ନୋ କ୍ରାକର ଜୋନ୍ ଘୋଷଣା କରାଯାଇଛି । ଏସବୁ ନିୟମର କଡା ପାଳନ ହେବା ଆବଶ୍ୟକ । ନହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାଡା କାର୍ଯ୍ୟାନୁଷ୍ଠ।।ନ ନିଆଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
