Latest Odisha News

BREAKING NEWS

ରଣଜୀ ଟ୍ରଫି: ପ୍ରଥମ ଦିନ ଝାରଖଣ୍ଡର ବ୍ୟାଟିଂ ବିପର‌୍ୟ୍ୟୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥ କିଟ ଷ୍ଟାଡିୟମରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ ସି ମ୍ୟାଚ ଓଡିଶା ଓ ଝାରଖଣ୍ଡ ମଧ୍ୟରେ ଆରମ୍ଭ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଭଲ ସ୍ଥିତିରେ ରହିଛି । ଖରାପ ପାଗ ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ତେବେ ପାଗର ଖରାପ ସ୍ଥିତି ଏବଂ ସାମୁଦ୍ରିକ ଝଡ଼ର ଭୟ ପୁଣିଥରେ ବାଧା ସୃଷ୍ଟି କରିବା ଆଶଙ୍କା ସୃଷ୍ଟି କରିଛି । ମେଘୁଆ ପାଗ ଓ ପେସ୍-ଫ୍ରେଣ୍ଡଲି ପରିସ୍ଥିତିକୁ ଉପଯୋଗ କରି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଓଡ଼ିଶା ଝାରଖଣ୍ଡର ବ୍ୟାଟିଂ ବିପର‌୍ୟ୍ୟୟ ଘଟାଇଥିଲା । ଦଳ ମାତ୍ର ୧୫ ରନ୍ ମଧ୍ୟରେ ଝାରଖଣ୍ଡର ୩ଟି ମୂଲ୍ୟବାନ ୱିକେଟ୍ ଦଖଲ କରିଥିଲା । ଓଡ଼ିଶାର ଦ୍ରୁତ ବୋଲର ରାଜେଶ ମହାନ୍ତି ଆର‌୍ୟ୍ୟମନ୍ ସେନ୍ (୧ ରନ୍) ଏବଂ ଉତ୍କର୍ଷ ସିଂହ (୬ ରନ)ଙ୍କୁ ପାଭେଲିୟନ୍ ପଠାଇଥିଲେ । ଏହା ବ୍ୟତୀତ ଶରଣଦୀପ ସିଂହ (୬ ରନ୍) ରନ ଆଉଟର ଶିକାର ହୋଇଥିଲେ ।

ଖରାପ ଆଲୋକ ଏବଂ ପାଗ କାରଣରୁ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଝାରଖଣ୍ଡ ୨୫ ଓଭରରେ ୩ ୱିକେଟ୍ ହରାଇ ୩୭ ରନ୍ କରିଥିଲା । ଅଧିନାୟକ ବିରାଟ ସିଂହ (୧୪) ଏବଂ ଆଦିତ୍ୟ ସିଂହ (୧୦) କ୍ରିଜରେ ଅପରାଧିତ ଅଛନ୍ତି । ପୂର୍ବରୁ ଅର୍ଣ୍ଣବ ସାମୁଦ୍ରିକ ଝଡ଼ ଏବଂ ଲଗାତାର ବର୍ଷା ଯୋଗୁଁ ସର୍ଭିସେସ୍ ବିପକ୍ଷ ଓଡ଼ିଶାର ମ୍ୟାଚ୍ ଡ୍ର ହୋଇଥିଲା । ବର୍ତ୍ତମାନ ଆନ୍ଧ୍ର ଉପକୂଳ ଆଡକୁ ମୁହଁ କରୁଥିବା ମୁରସୁ ସାମୁଦ୍ରିକ ଝଡ଼ ଓଡ଼ିଶାରେ ପ୍ରଚୁର ବର୍ଷା କରାଇବାର ଆଶଙ୍କା ରହିଛି । ଯଦି ଏପରି ହୁଏ, ତେବେ ଝାରଖଣ୍ଡ ବିପକ୍ଷ ଏହି ମ୍ୟାଚ୍ ମଧ୍ୟ ପୂର୍ବ ମ୍ୟାଚ୍ ପରି ଅସମାପ୍ତ ରହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.