Latest Odisha News

BREAKING NEWS

ଗଞ୍ଜେଇ ରୋଲ୍ ବିକ୍ରିର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜାଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚିକେନ ରୋଲ୍ ବଦଳରେ ଗ୍ରାହକଙ୍କୁ ଗଞ୍ଜେଇ ରୋଲ୍ ଦିଆଯାଉଥିବା ଜଣାପଡିଛି । ଏହି ଘଟଣାରେ ଉକ୍ତ ଫାଷ୍ଟଫୁଡ ଦୋକାନୀକୁ ଗିରଫ କରିଛି ପୋଲିସ ।

ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଛକରେ ଫାଷ୍ଟ ଦୋକାନ କରି ବିକୁଥିଲା ଗଞ୍ଜେଇ । ଶେଷରେ ଧରାପଡିଗଲା ନିଶା ବେପାରୀର ନିଶା କାରବାର । ଗିରଫ ଅଭିଯୁକ୍ତ ନା ହରେକୃଷ୍ଣ ବାଡତିଆ । ୨୧ କେଜି ଗଞ୍ଜେଇ ସହ ଫାଷ୍ଟଫୁଡ ଦୋକାନିକୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଅଭିଯୁକ୍ତର ଘର ଗଞ୍ଜାମ ଅଞ୍ଚଳରେ ବୋଲି ଜଣାପଡିଛି । କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ଫାଷ୍ଟଫୁଡ ଦୋକାନ କରି ବିକ୍ରି କରୁଥିଲା ।

Leave A Reply

Your email address will not be published.