Latest Odisha News

BREAKING NEWS

ଇସ୍ରାଏଲକୁ ଆମେରିକାର ବାର୍ଷିକ ସାହାଯ୍ୟ ବନ୍ଦ: ଟ୍ରମ୍ପଙ୍କ ବଡ଼ ଘୋଷଣା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଇସ୍ରାଏଲକୁ ଦେଉଥିବା ବାର୍ଷିକ ୪ ବିଲିୟନ ଡଲାରର (ପାଖାପାଖି ୪ ଶହ କୋଟି ଡଲାର) ଆର୍ଥିକ ସହାୟତା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହିତ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଦାବି କରିଛନ୍ତି।

ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇସ୍ରାଏଲ ବର୍ତ୍ତମାନ ଏକ ସମୃଦ୍ଧ ଏବଂ ଆର୍ଥିକ ଭାବେ ସ୍ୱାବଲମ୍ବନଶୀଳ ଦେଶ ହୋଇଥିବାରୁ ସେମାନଙ୍କୁ ଆଉ ଏହି ଆର୍ଥିକ ସହାୟତାର ଆବଶ୍ୟକତା ନାହିଁ। ତେବେ ଏହା ସତ୍ତ୍ୱେ ଆବଶ୍ୟକ ପଡ଼ିଲେ ଆମେରିକା ପକ୍ଷରୁ ଇସ୍ରାଏଲକୁ ସହଯୋଗ ଜାରି ରହିବ ଏବଂ ଇସ୍ରାଏଲ ଚାହିଲେ ଆମେରିକାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ, ଆମେରିକାରେ ଘରୋଇ ରାଜନୈତିକ ଚାପ ଏବଂ ସହାୟତାକୁ ନେଇ ଜାରି ରହିଥିବା ବିତର୍କକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଇସ୍ରାଏଲକୁ ସାହାଯ୍ୟ ବନ୍ଦ କଣ ଥାଇ ପାରେ ପ୍ରମୁଖ କାରଣ?

ଆମେରିକା ଫାଷ୍ଟ’ ନୀତି : ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ଏବଂ ଶାସନ ନୀତିର ମୂଳଦୁଆ ହେଉଛି ଆମେରିକାର ଜନସାଧାରଣଙ୍କ ଟିକସ ଟଙ୍କା ପ୍ରଥମେ ନିଜ ଦେଶର ବିକାଶରେ ଖର୍ଚ୍ଚ କରିବା। ବିଦେଶୀ ଦେଶଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦେବା ବଦଳରେ ସେ ଆମେରିକାର ଘରୋଇ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଉଛନ୍ତି।

ଇସ୍ରାଏଲର ଆତ୍ମନିର୍ଭରଶୀଳତା: ଇସ୍ରାଏଲ ବର୍ତ୍ତମାନ ବିଶ୍ୱର ଅନ୍ୟତମ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମୃଦ୍ଧ ଦେଶ। ନେତନ୍ୟାହୁ ମଧ୍ୟ ନିଜ ପ୍ରତିରକ୍ଷା ଶିଳ୍ପକୁ ଆମେରିକା ଉପରୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା କମାଇବାକୁ ଚାହୁଁଥିଲେ। ତେଣୁ ଏହି ସାହାଯ୍ୟକୁ ଗ୍ରାଣ୍ଟ ବା ସହାୟତା ପରିବର୍ତ୍ତେ ‘ବ୍ୟବସାୟିକ କ୍ରୟ’ ରେ ପରିଣତ କରାଯାଉଛି।

୨୦୧୬ରୁ ଚାଲିଆସୁଥିବା ୧୦ ବର୍ଷିଆ ବୁଝାମଣର ସର୍ତ୍ତଗୁଡ଼ିକୁ ସଂଶୋଧନ କରି ଦୁଇ ଦେଶ ମଧ୍ୟରେ ସମାନ ସହଭାଗିତା ସ୍ଥାପନ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଲକ୍ଷ୍ୟ।

Leave A Reply

Your email address will not be published.