ବ୍ୟୁରୋ: ଅଗ୍ନିବୀରଙ୍କ ପାଇଁ ଐତିହାସିକ ନିଷ୍ପତ୍ତି । ଆଉ ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି । ସିଡିଏସ୍ ଜେନେରାଲ ଏନଏସ ରାଜା ସୁବ୍ରମଣୀ ଏହି ଘୋଷଣା କରିଛନ୍ତି । ଏହି ଯୋଜନା ଅନୁସାରେ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ୨ବର୍ଷ ଆଉ ସେବା କରିବାର ସୁଯୋଗ ମିଳିବ । ୨ବର୍ଷର ଅବଧି ପରେ ସେମାନେ ଚୟନ ମାପଦଣ୍ଡରେ ସଫଳ ହୋଇପାରିବେ । ନିୟମିତ ସେମାନଙ୍କୁ ସଶସ୍ତ୍ର ବାହିନୀ ସହ କାମ କରିବାର ସୁଯୋଗ ଦିଆଯିବ । ଭାରତୀୟ ସେନାରେ ଅଗ୍ନିବୀର ଭାବେ କାମ କରୁଥିବା ଯୁବକଙ୍କ ପାଇଁ ଏହା ବଡ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ସିଡିଏସ୍ । । ଏହାସହ ୩ସେନାରେ ନିଯୁକ୍ତ ଅଗ୍ନିବୀରଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିବା କହିଛନ୍ତି ସିଡିଏସ୍ । ଏହି ପ୍ରସ୍ତାବ ଅନୁସାରେ ୪ବର୍ଷର ନିର୍ଦ୍ଧାରିତ କାର୍ଯ୍ୟକାଳ ଛଡା ଆଉ ୨ବର୍ଷ ଅବଧି ବଢିବାରୁ ଏବେ ମୋଟ୍ ୬ବର୍ଷର ସେବା ପାଇଁ ଅବସର ମିଳିବ । ତେବେ ଏହି ସମୟ ଅବଧିକୁ ସ୍ୱୀକାର କରିବା ଅଗ୍ନିବୀରଙ୍କ ଇଛା ଉପରେ ନିର୍ଭର । ଅର୍ଥାତ୍ ଯେକୌଣସି ଅଗ୍ନିବୀର ବଢିଥିବା ଏହି ଅତିରିକ୍ତ ୨ବର୍ଷ ସେବା ଜାରି ରଖିବାକୁ ବାଧ୍ୟ ନୁହେଁ । ସେମାନେ ଚାହିଁଲେ ୪ ବଷ ର୍ର କାର୍ଯ୍ୟକାଳ ପରେ ଛାଡିପାରିବେ । ମୋଟ୍ ୧୮ହଜାର ୩ଶହ ଅଗ୍ନିବାରୀଙ୍କ ୪ବର୍ଷର କାର୍ଯ୍ୟକାଳ ପୂରା ହେବାକୁଯାଉଛି ।
ଅଗ୍ନିପଥ ଯୋଜନା ଅନୁସାରେ ପ୍ରଥମ ବ୍ୟାଚରେ ୧୮ହଜାର ୩ଶହ ଅଗ୍ନିବୀରଙ୍କ ୪ ବର୍ଷର କାଯ୍ୟ ର୍କାଳ ୩୧ ଡିସେମ୍ବର ୨୦୨୬ରେ ସରୁଛି । ପ୍ରଥମ ବ୍ୟାଚ୍ରେ ସ୍ଥଳସେନାରେ ୧୯ହଜାର, ବାୟୁସେନାରେ ୨,୮୫୦ ଓ ନୌସେନୋରେ.୫୫୦ ମିଳିତ ଭାବେ ମୋଟ୍ ୨୪ହଜାର ୪ଶହ ଅଗ୍ନିବୀରଙ୍କ ନିଯୁକ୍ତି ହୋଇଥିଲା । ଏଥିରୁ ପ୍ରାୟ ୭୫ ପ୍ରତିଶତ ଅଗ୍ନିବୀରଙ୍କ ୪ ବର୍ଷ କାର୍ଯ୍ୟକାଳ ସରିବା ପରେ ଫେରିଯିବାର ଥିଲା । ଏବେ ଏହି ନୂଆ ଘୋଷଣା ପରେ ଆଉ ୨ବର୍ଷ ସେବା କରିପାରିବେ ଅଗ୍ନିବୀର । ଜୁନ୍ ୨୦୨୨ରେ ଅଗ୍ନିପଥ ଯୋଜନା ଆରମ୍ଭ ହୋଇଥିଲା । ସଶସ୍ତ୍ର ବାହିନୀଙ୍କ ଯୁଦ୍ଧ କ୍ଷମତା ମଜବୁତ କରିବାକୁ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା । ୩ସେନାରେ ୪ବର୍ଷ ପାଇଁ ଜବାନ ଭତ୍ତି ର୍ ହୋଇଥିଲେ । ୪ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ଭାବେ କ୍ୟାଡରରେ ସାମିଲ କରାଯିବା ଚୟନ ହୋଇଥିବା ଅଗ୍ନିବୀରଙ୍କୁ ୧୫ ବର୍ଷ ଯାଏ ସେନାରେ ସେବା କରିବା ଲାଗି ସୁଯୋଗ ମିଳିବ । ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ୪ ବର୍ଷର କାର୍ଯ୍ୟକାଳ ସରିବା ପରେ ଏହି ସେବାରୁ ମୁକ୍ତ କରାଯିବ ବୋଲି ଯୋଜନା ରହିଥିଲା । ଏବେ ସମସ୍ତ ଅଗ୍ନିବୀରଙ୍କୁ ଆଉ ୨ବର୍ଷ କାର୍ଯ୍ୟକାଳ ଅବଧି ବଢାଗଲା । ତେଣୁ ମୋଟ୍ ୬ ବର୍ଷ ଏହି କାମରେ ରହିବେ ଅଗ୍ନିବୀର । ବର୍ତ୍ତମାନ ସ୍ଥଳସେନାରେ ୨.୭୦ ଲକ୍ଷ ବାୟୁସେନାରେ ୨୭ ହଜାର ଓ ନୌସେନାରେ ୨୧ ହଜାର ଅଗ୍ନିବୀର କାର୍ଯ୍ୟରତ ଅଛନ୍ତି ।
