ମୁମ୍ବାଇ: ପୁଣି ହଲରେ ଶୁଭିବ ମୁନ୍ନା ଭାଇର ଟପୋରୀ ଭାଷା, ପୁଣି ହଲରେ ହସି ହସି ବେଦମ୍ ହେବେ ଦର୍ଶକ । ବଲିଉଡ ଆଣିବ ମୋଷ୍ଟ ଏଂଟରଟେନିଂ ମୁଭିର ତୃତୀୟ ଇନଷ୍ଟଲମେଂଟ, ମୁନ୍ନା ଭାଇ-୩ । ମୁନ୍ନା ଭାଇ ଫ୍ରାଂଚାଇଜିର ତୃତୀୟ ପାର୍ଟ ଆଶିବାକୁ ଯାଉଛି । ଫିଲ୍ମର ସ୍କ୍ରିପ୍ଟ ଓ ସ୍କ୍ରିନ ପ୍ଲେରେ ବ୍ୟସ୍ତ ଅଛନ୍ତି ଲେଖକ ଫରହାଦ୍ ସାମଜୀ । ସୂଚନା ଅନୁସାରେ ସାମଜୀ ଫିଲ୍ମର ସ୍କ୍ରିପ୍ଟରେ ବ୍ୟସ୍ତ ଥିବା ବେଳେ ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ । ଲେଖକ ଏବଂ ଫିଲ୍ମମେକର ଦୁହେଁ ମିଶି ମୁନ୍ନା ଭାଇର ଥାର୍ଡ ଇନଷ୍ଟଲମେଂଟ ପାଇଁ ବ୍ୟସ୍ତ ରହିଛନ୍ତି । ୨୦୦୩ରେ ମୁନ୍ନା ଭାଇ ଏମବିବିଏସ ପ୍ରଥମ ପାର୍ଟ ରିଲିଜ୍ ହୋଇଥିଲା । ଯାହା ବକ୍ସ ଅଫିସରେ ଖୁବ୍ ଭଲ ବିଜନେସ୍ କରିଥିଲା । ଷ୍ଟୋରୀ ହେଉକି ଫିଲ୍ମର ଫେମସ୍ ଗୀତ ସବୁ ହୋଇଥିଲା ବ୍ଲକ୍ ବଷ୍ଟର । ପ୍ରଥମେ ଫିଲ୍ମ ପାଇଁ ଶାହାରୁଖ ଖାନଙ୍କୁ ବଛା ଯାଇଥିଲା । ପରବର୍ତ୍ତୀ ସମୟରେ ସଂଜୟ ଦତ୍ତ ଫିଲ୍ମରେ ଲିଡରେ ନଜର ଆସିଲେ । ଏବଂ ମୁନ୍ନା ଭାଇ ଫିଲ୍ମର ୨ଟି ଯାକ ପାର୍ଟରେ ମୁରଲୀ ପ୍ରସାଦ ଶର୍ମା ଓରଫ ମୁନ୍ନା ଭାଇ ରୋଲରେ ସଂଜୟ ଦତ୍ତ କରିଥିଲେ କମାଲ । ତୃତୀୟ ପାର୍ଟର କାହାଣୀ ଓ କାଷ୍ଟିଂ ନେଇ କୌଣସି ଖୁଲାସା ହୋଇନି ।
ମୁନ୍ନା ଭାଇ ଏମବିବିଏସରେ ଫେମସ୍ ଗୀତ ‘ଏମ୍-ବୋଲେତୋ’ ହେଉଛି ଅନ୍ନୁ ମଲ୍ଲିକଙ୍କ କ୍ରିଏସନ୍ । ଫିଲ୍ମର କାହାଣୀ ଅନୁସାରେ ମୁନ୍ନା ଭାଇର ଟପୋରୀ ଭାଷା ସହ ଗୀତ କେମିତି ଖାପ ଖୁଆଇବ ସେନେଇ ସେତେବେଳେ ହୋଇଥିଲା ମାନସ ମନ୍ଥନ । ଆଉ ରେଜଲ୍ଟ ସ୍ୱରୂପ ଗୀତ ଏବେବି ହିଟ୍ । ପ୍ରଥମ ପାର୍ଟରେ ସଂଜୟ ଦତ୍ତ, ଅର୍ସଦ ୱାରସି , ଗ୍ରେସୀ ସିଂ, ବୋମନ ଇରାନୀ, ଜିମି ସେରଗିଲ୍, ରୋହିନୀ ପ୍ରମୁଖ ନଜର ଆସିଥିଲେ । ଏହି କମେଡି-ଡ୍ରାମା ଫିଲ୍ମ ବକ୍ସ ଅଫିସରେ ଭଲ ସଫଳତା ପାଇଥିଲା । ତାପରେ ଆସିଲା ଦ୍ୱିତୀୟ ପାର୍ଟ ‘ଲଗେ ରହୋ ମୁନ୍ନା ଭାଇ’ । ଫିଲ୍ମର ସିକ୍ୱେଲ ୨୦୦୬ରେ ରିଲିଜ୍ ହୋଇଥିଲା । ସଂଜୟ ଦତ୍ତ ଓ ଅର୍ସଦ ପୁଣି ମୁନ୍ନା ଓ ସର୍କିଟ ରୋଲରେ ନଜର ଆସିଥିଲେ । ଫିଲ୍ମରେ ଗାନ୍ଧିବାଦୀର ଝଲକ ଦେଖିବାକୁ ମିଳିଥିବା ବେଳେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲା । ୨୦୦୪ରେ ବେଷ୍ଟ ପପୁଲାର ଫିଲ୍ମ ଭାବେ ‘ମୁନ୍ନା-ଭାଇ ଏମବିବିଏସ’ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲା । ଏବେ ଅପେକ୍ଷା ତୃତୀୟ ଅଧ୍ୟାୟ କେତେ ଫ୍ୟାନ୍ସହ୍କୁ ପସନ୍ଦ ଆସୁଛି ।
