ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବିଶୋଳ ଗାଁରେ ଇଡି ରେଡ୍ ପରେ ବଡ଼ ଟ୍ୱିଷ୍ଟ୍। ଇଶ୍ୱର ବିନ୍ଧାଣୀକୁ ୧୭ ଘଣ୍ଟା ଘାଣ୍ଟିଲା ଇଡି; ହେଲେ ବାନ୍ଧିଲା ବନ ବିଭାଗ। ବେଆଇନ ବନ୍ୟ ପ୍ରାଣୀ ଶିଙ୍ଗ ଓ ଦାନ୍ତ ରଖିବା ଅଭିଯୋଗରେ ଗିରଫ ହେଲେ ଇଶ୍ୱର ବିନ୍ଧାଣୀ। ୧୨୨ କୋଟି ଠକେଇ ମାମଲାରେ ଗତକାଲି ଇଶ୍ୱରଙ୍କ ଘରେ ରେଡ୍ କରିଥିଲା। ରେଡ୍ ବେଳେ ଇଡି ନଜରକୁ ଆସିଥିଲା ହରିଣ ଶିଙ୍ଗ, ହାତୀ ଦାନ୍ତ।
ବିଶୋଳ ଗାଁରେ କୋଲକାତା ଭିତ୍ତିକ ଏକ ଆର୍ଥିକ ସଂସ୍ଥାର ମୁଖ୍ୟ ଈଶ୍ୱର ବିନ୍ଧାଣୀ।’କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍’ ନାମକ ଏକ କୋଲକାତା ଭିତ୍ତିକ ଟ୍ରେଡିଂ କମ୍ପାନୀ ବିରୋଧରେ ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ନିବେଶକଙ୍କୁ ପ୍ରାୟ ୭୦ ରୁ ୧୨୨ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ ସମ୍ପୃକ୍ତି ଥିବା ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ବିଶୋଳ ସ୍ଥିତ ବାସଭବନରେ ଇଡିର ଏକ ୩ ଜଣିଆ ଟିମ୍, ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ପୋଲିସ ସହାୟତାରେ ବ୍ୟାପକ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ଇଡିର ଏହି ରେଡ୍ ବେଳେ ବାସଭବନରୁ କୌଣସି ବନ୍ୟଜନ୍ତୁ ସମ୍ପର୍କିତ ସାମଗ୍ରୀ ବା ବେଆଇନ ଜଙ୍ଗଲୀ ଦ୍ରବ୍ୟ ମିଳିବା କାରଣରୁ କିମ୍ବା ଅନ୍ୟ କୌଣସି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ପରବର୍ତ୍ତୀ ସମୟରେ ତାଙ୍କୁ ବନ ବିଭାଗ ଗିରଫ କରିଥିବା ଜଣାପଡ଼ିଛି।
