Latest Odisha News

BREAKING NEWS

ବାଲିଯାତ୍ରାରେ ଦେଖିବାକୁ ମିଳିବ ପୁରୁଣା ଐତିହ୍ୟ: ରେଳଷ୍ଟେସନ ଢାଞ୍ଚାରେ ନିର୍ମାଣ ହେବ ମୁଖ୍ୟ ପ୍ରବେଶ ପଥ

କଟକ: ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରାରେ ଓରମାସ୍ (ORMAS) ପକ୍ଷରୁ ଏକ ସ୍ୱତନ୍ତ୍ର ଓ ନୂଆ ଆକର୍ଷଣ କରାଯାଉଛି, ଯେଉଁଥିରେ ମୁଖ୍ୟ ପ୍ରବେଶ ଦ୍ୱାର ବା ଗେଟ୍‌କୁ ଏକ ପୁରୁଣା ରେଳଷ୍ଟେସନ ଢାଞ୍ଚାରେ ନିର୍ମାଣ କରାଯିବ। ଓରମାସ୍ ପଲ୍ଲୀଶ୍ରୀ ମେଳାର ଏହି ମୁଖ୍ୟ ଗେଟ୍ ଦେଖଣାହାରୀଙ୍କୁ ପୁରୁଣା ଦିନର ରେଳଷ୍ଟେସନର ଅନୁଭୂତି ଦେବ।

ସେହିପରି ଏଥର ଓରମାସ୍ ପକ୍ଷରୁ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ଓ ସାମଗ୍ରୀ ପ୍ରଦର୍ଶନ ପାଇଁ ୫୦୦ଟି ଷ୍ଟଲ୍ ଖୋଲାଯିବାର ବ୍ୟବସ୍ଥା ହୋଇଛି। ଏଥିରେ ଏସ୍ଏଚ୍‌ଜି ଓ ପ୍ରଡ୍ୟୁସର୍ ଗ୍ରୁପ୍‌ଙ୍କ ପାଇଁ ସଂରକ୍ଷିତ ୨୦୦ ଷ୍ଟଲ୍ ରହିଛି । ବାକି ଷ୍ଟଲ୍‌କୁ ପ୍ରଶାସନ ଦ୍ୱାରା ନିଲାମ କରୁଥିବାବେଳେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ଗ୍ରାମୀଣ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟାକୁ ପ୍ରୋତ୍ସାହନ ଦେବା ସହ ଗ୍ରାହକମାନଙ୍କୁ ଆକର୍ଷିତ କରିବା।

ପ୍ରତିବର୍ଷ ଓରମାସ୍‌ର ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଆସୁଛି । ତେଣୁ ଏଥର ଓରମାସର ମୁଖ୍ୟ କାର୍ଯ୍ୟାଳୟ କଟକ ପୁରୁଣା ରେଳ ଷ୍ଟେସନ୍ ମୁଖ୍ୟ ଗେଟ୍ ଢାଞ୍ଚାରେ ତିଆରି କରାଯାଉଛି । ଏହାସହ ସମସ୍ତ ପ୍ରବେଶ ପଥରେ କଳାକୃତିରେ ଗେଟ୍ ତିଆରି କରାଯାଉଛି । ବାଲିଯାତ୍ରା ଅବସରରେ ଆୟୋଜିତ ହେବାକୁ ଥିବା ଓର୍ମାସ୍ ତଥା ପଲ୍ଲିଶ୍ରୀ ମେଳାରେ ଷ୍ଟଲ୍‌ ଗୁଡ଼ିକୁ ନିଲାମ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଓରମାସ୍‌ରେ ବିଭିନ୍ନ ସ୍ଥାନର ଖାଦ୍ୟ ଷ୍ଟଲ୍ ସମେତ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଶାକାହାରୀ ଓ ଆମିଷ ଫାଷ୍ଟଫୁଡ୍, ଦକ୍ଷିଣ ଓ ଉତ୍ତର ଭାରତୀୟ ଖାଦ୍ୟ, ବଙ୍ଗୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ, ମିଠା, ଆଇସ୍କ୍ରି ମ୍, ଦୁଗ୍ଧଜାତ ଦ୍ରବ୍ୟ, ବେକରି ଓ କନଫେକ୍ସନାରି ସମେତ ଅନେକ ଆସବାବପତ୍ର ବିକ୍ରି କରାଯିବ । ତେବେ ଓରମାସ ପରିସରକୁ ଅଧିକ ଆକର୍ଷଣୀୟ କରିବାକୁ ଯୋଜନା କରାଯାଇଛି ।

 

Leave A Reply

Your email address will not be published.