Latest Odisha News

BREAKING NEWS

ଦଶମ ଏବଂ ଦ୍ବାଦଶ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ତାରିଖ ଘୋଷଣା

ଭୁବନେଶ୍ବର: ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ୨୦୨୭ ବୋର୍ଡ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି । ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ରହିଛି । ସକାଳ ସାଢେ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା ।

ଏହା ପୂର୍ବରୁ ଜାରି ହେଲା ଡେଟ୍ ସିଟ୍ । ଦଶମ ପରୀକ୍ଷା ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ। ସେହିପରି ଦ୍ବାଦଶ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ଯାଏ ଚାଲିବ।

ମୋଟ୍ ୮୩ ବିଷୟରେ ଦଶମ ପିଲା ପରୀକ୍ଷା ଦେବେ । ପ୍ରଥମ ଦିନ ଦଶମ ପିଲା ପେଣ୍ଟିଂ ପରୀକ୍ଷା ଦେବେ। ୧୭ ଫେବ୍ରୁଆରୀ ରହିଛି ଗଣିତ ପରୀକ୍ଷା । ସେହିପରି ଦ୍ବାଦଶ ପିଲା ୧୨୧ଟି ବିଷୟରେ ପରୀକ୍ଷା ଦେବେ ।

Leave A Reply

Your email address will not be published.