Latest Odisha News

BREAKING NEWS

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନୂଆ ଯୋଜନା, ଛାତ୍ରଛାତ୍ରୀଙ୍କୁ ଲାପଟପ୍ ମିଳିବ ମାଗଣା

ତାମିଲନାଡୁ: କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ମିଳିବ । ‘ଭେଟ୍ରୀ ଲାପଟପ୍ ଯୋଜନା’ ଅଧିନରେ ପିଲାଙ୍କୁ ମାଗଣା ନୂଆ ଲାପଟପ ପ୍ରଦାନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ୍ ବିଜୟ ନିର୍ଦ୍ଦେଶ ଦେଇଛନ୍ତି । ଲାପଟପ୍ କିଣା ଓ ବଂଟାର ପୁରା ଦାୟିତ୍ୱ ସରକାରୀ କମ୍ପାନୀ ଏଲକଟ୍‌କୁ ଦିଆଯାଇଛି । ଟିଭିକେ ସରକାର ଏଥିପାଇଁ ୨ହଜାର କୋଟିର ବଜେଟ୍ ରଖିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟେରେ ସ୍ଥାନ ପାଇଥିଲା ଏହି ପ୍ରସ୍ତାବ । ତେଣୁ ଶନିବାର ବଜେଟରେ ଘୋଷଣା ଅନୁସାରେ ଶୀଘ୍ର ଏହି ଲାପଟପ୍ ପିଲାଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହେବ । ଚିକିତ୍ସା, କୃଷି ଓ ଆଇନ ସହ ଅନ୍ୟ ସରକାରୀ ସହାୟତାପ୍ରାପ୍ତ କଲେଜରେ ପଢୁଥିବା ସ୍ନାତକ ବା ୟୁଜି ଓ ଡିପ୍ଲୋମାର ପ୍ରଥମ ଓ ଦ୍ୱିତୀୟ ବର୍ଷ ପିଲାଙ୍କୁ ଏହି ଯୋଜନା ଅନୁସାରେ ମାଗଣା ଲାପଟପ ମିଳିବ ।

ସୂଚନା ଅନୁସାରେ, ଆର୍ଟ, ସାଇନ୍ସ, ଇଂଜିନିୟରିଂ, ମେଡିକାଲ, ପଶୁ ଚିକିତ୍ସା ବିଜ୍ଞାନ, କୃଷି ମତ୍ସ୍ୟ ପାଳନ ଓ ଆଇନ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । କେବଳ ସେତିକି ନୁହୈଁ, ପଲିଟେକନିକ୍ ଓ ଆଇଟିଆଇରେ ପଢୁଥିବା ପିଲା ମଧ୍ୟ ସୁବିଧା ପାଇବେ । ୨୦୨୫-୨୬ ବର୍ଷରେ ଯେଉଁ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ମିଳିନାହିଁ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରୀ ସଂସ୍ଥାରେ ବ୍ୟବସାୟୀକ ପାଠ୍ୟକ୍ରମ ପଢୁଥିବା ପିଲା ବି ଲାପଟପ୍ ପାଇବେ । କେବଳ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ । ଇଂଜିନିୟରିଂ ପଢୁଥିବା ପିଲାଙ୍କୁ Intel Core i5 ପ୍ରୋସେସର କମ୍ବା ତାପରି କ୍ଷମତା ସମ୍ପନ୍ନ ଲାପଟପ ଦିଆଯିବ ବୋଲି କହିଛନ୍ତି । ଲାପଟପର କିଣା ଏବଂ ଆବଂଟନ ଦାୟିତ୍ୱ ସରକାରୀ ସମ୍ପାନୀ ଏଲକଟକୁ ମିଲିଛି । ପ୍ରଶାନିକ ମଂଜୁରୀ ମିଳିଥିବା ବେଳେ ଭଲ ଲାପଟପ୍ କିଣିବା ଉପରେ ଗୁୁରତ୍ୱ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.