Latest Odisha News

BREAKING NEWS

ଦୀପାବଳୀ ପାଳିବେନି ନବୀନ ପଟ୍ଟନାୟକ: ବନ୍ୟା ପୀଡ଼ିତଙ୍କୁ ଜଣାଇଲେ ସମବେଦନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଓ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚଳିତ ବର୍ଷ ଦୀପାବଳୀ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବନ୍ୟା ଓ ପ୍ରାକୃତିକ ଦୁର୍ବିପାକ (ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା) ଯୋଗୁଁ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଦୁଃଖ ଓ ସମସ୍ୟା ପ୍ରତି ସମବେଦନା ଜଣାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଆଦି ବନ୍ୟା ବିପନ୍ନ ଅଞ୍ଚଳ ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟା ବୁଝିଛନ୍ତି ନବୀନ। ସେ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତିରେ ନାହିଁ ନଥିବା କ୍ଷତି ହୋଇଛି। ଲୋକମାନେ ଅକଥନୀୟ ଦୁଃଖରେ ଅଛନ୍ତି। କନ୍ଧମାଳରେ ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସବୁ ଲୋକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟରେ ଦୀପାବଳୀ ପାଳନ କରିବେ ନାହିଁ।

ସୂଚନା ଯୋଗ୍ୟ ଯେ ବିରୋଧୀ ଦଳ ନେତା ନବୀନ ଏବେ ଗଞ୍ଜାମର ବନ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି । ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବନ୍ୟା ପୀଡ଼ିତଙ୍କୁ ସମବେଦନା ଜଣାଇ ଚଳିତ ବର୍ଷ ଦୀପାବଳୀ ପାଳନ କରିବେ ନାହିଁ ନବୀନ।

 

Leave A Reply

Your email address will not be published.