Latest Odisha News

BREAKING NEWS

Cuttack Kali Puja: କାଳୀପୂଜାରେ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ;ଏପଟେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ

କଟକ:ପୋଲିସ ପକ୍ଷରୁ କଟକରେ କାଳୀପୂଜା ଓ ଭସାଣି ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକ ୟୂପିଡି ପୋଲିସ ପକ୍ଷରୁ କଟକ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରସ୍ତୁତି କରାଯାଇଛି ।

ସୂଚନାଥାଉକି,କଟକ ସହରରେ ୬୦ ପ୍ଲାଟୁନ୍ ଫୋର୍ସ ପୂଜା ଓ ଭସାଣି ପାଇଁ ମୁତୟନ ରହିବେ। ପୂଜା ଓ ଭସାଣୀ ଶୋଭାଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ କର୍ମଚାରୀ ମାନଙ୍କୁ ବରିଷ୍ଠ ଅଧିକାରୀ ମାନେ ଅବଗତ କରାଇଥିଲେ । ସେହିଭଳି ବାଣ କେବଳ ସନ୍ଧ୍ୟା ୭ରୁ ୯ ମଧ୍ୟରେ ଫୁଟାଇ ପାରିବେ । ଯଦି କେହି ନିୟମ ଉଲ୍ଲଂଘନ କରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

ଏପଟେ ବେଆଇନ ବାଣ ବ୍ୟବସାୟ ଉପରେ ପୁରୀ ପୋଲିସର ଚଢ଼ାଉ । ୧୮ଟି ମାମଲା, ୫୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ବିଭିନ୍ନ ପ୍ରକାରର ଫୁଟା ବାଣ, ଆତସବାଜି, ଏବଂ ବାଣ ତିଆରିରେ ବ୍ୟବହୃତ ବିଭିନ୍ନ ବିପଦପୂର୍ଣ୍ଣ ରାସାୟନିକ ଓ ବିସ୍ଫୋରକ ଉପାଦାନ ରହିଛି ।

ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା, ବେଆଇନ ବାଣ ପ୍ରସ୍ତୁତି, ଗଚ୍ଛିତକରଣ ଓ ବିକ୍ରୟ ଉପରେ ରୋକ୍ ଲଗାଇବା ଏବଂ ଅଗ୍ନିକାଣ୍ଡ ଓ ବିସ୍ଫୋରଣଜନିତ ଦୁର୍ଘଟଣାକୁ ପ୍ରତିହତ କରି ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଦୁର୍ଘଟଣାମୁକ୍ତ ଉତ୍ସବ ପାଳନ ସୁନିଶ୍ଚିତ କରିବା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି ।

Leave A Reply

Your email address will not be published.