Latest Odisha News

BREAKING NEWS

Boeing Job Cuts: ବୋଇଂର ବଡ ନିଷ୍ପତ୍ତି, ଉତ୍ପାଦନରେ ସମସ୍ୟା, ୫% କର୍ମଚରୀ ହେବେ ଛଟେଇ

ବ୍ୟୁରୋ: ଉତ୍ପାଦନ ସମସ୍ୟା ଯୋଗୁଁ ବୋଇଂ ଏହାର ବାଣିଜି୍ୟକ ବିମାନ ବିଭାଗରେ ୫ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ । ଆସନ୍ତା ଡିସେମ୍ବରରେ ନୋଟିସ୍ ଜାରି ହେବାର ଆଶା କରାଯାଉଛି । ଏବଂ ଆର୍ଥିକ ପୁନରୁଦ୍ଧାର ମଧ୍ୟ ବିଳମ୍ବିତ ହେବା ସମ୍ଭାବନା ରହିଛି । ବିଶ୍ୱସ୍ତରୀୟ ବିମାନ ଚଳାଚଳର ମହାରଥୀ ବୋଇଂ ପୁଣି ଥରେ ଏକ ଗମ୍ଭୀର ପରିଚାଳନାଗତ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଜେଟ୍ ଲାଇନର ଉତ୍ପାଦନ ବୃଦ୍ଧି କରିବାରେ କ୍ରମାଗତ ଅସୁବିଧା ଓ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାରେ ବିଫଳତା ଯୋଗୁ କମ୍ପାନୀ ଏହାର ବାଣିଜ୍ୟିକ ବିମାନ ବିଭାଗରେ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ବୋଇଂ ବାଣିଜ୍ୟ ବିମାନର ମୁଖ୍ୟ ଷ୍ଟେଫାନି ପୋପ୍ କର୍ମଚାରୀଙ୍କୁ ଏହି ସୂଚନା ଦେଇଛନ୍ତି । ଏହି ଛଟେଇ ସ୍ୱେଚ୍ଛାକୃତ ଇସ୍ତଫା ଓ ବାଧ୍ୟତାମୂଳକ ଛଟେଇ ମାଧ୍ୟମରେ କରାଯିବ । କାରଖାନା ଓ ଯୋଗାଣ ଶୃଙ୍ଖଳା ଅଂଶୀଦାରଙ୍କୁ ସେମାନଙ୍କର କାର୍ଯ୍ୟ ସ୍ଥିର କରିବା ପାଇଁ ଅତିରିକ୍ତ ସମୟ ଦେବା ପାଇଁ କମ୍ପାନୀ ଡିସେମ୍ବରରେ ଏହି ଛଟେଇର ପ୍ରଥମ ସରକାରୀ ବିଜ୍ଞପ୍ତି ଜାରି କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

୨୦୨୬ ଗ୍ରୀଷ୍ଣ ସୁଦ୍ଧା ପ୍ରତି ମାସରେ ୪୭,୭୩୭ ଜେଟ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା । ଲକ୍ଷ୍ୟ ପୂରଣ ନହେବାରୁ ଅବଧି ୨୦୨୭ ଆରମ୍ଭ ଯାଏ ଘୁଂଚାଯାଇଛି । ହେଲେ ଲକ୍ଷ୍ୟ ପୂରଣ ହେଲା ପରି ଅନୁଭବ ହେଉନି । କମ୍ପାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି । ଯାହା ଆର୍ଥିକ ପୁନରୁଦ୍ଧାର ଯୋଜନା ପାଇଁ ବଡ ବିପର୍ଯ୍ୟୟ ହୋଇ ଠିଆହେଲାଣି । କମ୍ପାନୀ ପରିଚାଳନା ଅନୁସାରେ ବୋଇଂ ଏବେ ୨୦୨୯ ସୁଦ୍ଧା ୧୦ ବିଲିଅନ ଡଲାର ମାଗଣା ନଗଦ ପ୍ରବାହ ହାସଲ କରିବ ବୋଲି ଆଶା କରିଛି । କମ୍ପାନୀ ବିଭିନ୍ନ କାର୍ଯ୍ୟକ୍ଷମ ସଙ୍କଟ, ବୈଷୟିକ ବିବାଦ, ବଢୁଥିବା ଋଣ ବୋଝ ଏବଂ କଠୋର ସରକାରୀ ତଦାରଖ ଦୂର କରିବା ପାଇଁ ଅନେକ ବର୍ଷ ଧରି ସଂଘର୍ଷ କରୁଛି । ସରକାରୀ ସଂଖ୍ୟା ଅନୁସାରେ ବୋଇଂର ବାଣିଜ୍ୟିକ ବିମାନ ବିଭାଗ ଡିସେମ୍ବର ୨୦୨୫ ସୁଦ୍ଧା ମୋଟ୍ ୫୦,୪୯୪ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ଯେଉଁଥିରୁ ଶହ ଶହ କର୍ମଚାରୀ ଏବେ ଚାକିରି ହରାଇବାର ସମ୍ମୁଖୀନ ହେଉଛନ୍ତି, ଏବଂ ଆଗକୁ ମଧ୍ୟ ହେବେ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.