Latest Odisha News

BREAKING NEWS

ଆର୍ଯ୍ୟବୀର ସେହ୍ୱାଗଙ୍କ ବିସ୍ଫୋରକ ୧୬୦ ରନ୍, ୟୁଏଇକୁ ହରାଇ ସେମିରେ ଭାରତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଷ୍ଟାର  ଓପନର୍  ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଅଣ୍ଡର-୧୯ ଏସିଆ କପ୍ ୨୦୨୬ରେ ଦମଦାର ପ୍ରଦର୍ଶନ କରିଛନ୍ତି । ୟୁଏଇ  ବିପକ୍ଷ ମ୍ୟାଚରେ ସେ ୧୬୮ ବଲରୁ ୧୬୦ ରନର ଏକ ବିଶାଳ ହଣ୍ଡ୍ରେଡ ହାସଲ କରି ଭାରତକୁ ୭୦ ରନରେ ବିଜୟୀ କରାଇବା ସହ ସେମିଫାଇନାଲରେ ପହଞ୍ଚାଇଛନ୍ତି । ପାକିସ୍ତାନ ବିପକ୍ଷ ପରାଜୟ ପରେ ଚାପରେ ଥିବା ଭାରତୀୟ ଦଳ ପାଇଁ ଆର୍ଯ୍ୟବୀର ଧୈର‌୍ୟ୍ୟର ସହ ବ୍ୟାଟିଂ କରିଥିଲେ । ପ୍ରାରମ୍ଭିକ ପିଚ୍‌ର ଆହ୍ୱାନକୁ ସାମ୍ନା କରି ସେ ୬୯ ବଲରେ ଅର୍ଦ୍ଧଶତକ, ୧୩୧ ବଲରେ ଶତକ ଏବଂ ୧୬୦ ବଲରେ ୧୫୦ ରନ୍ ଅତିକ୍ରମ କରିଥିଲେ । ନିଜର ୧୬୦ ରନର ପାରିରେ ସେ ୧୭ଟି ଚୌକା ଓ ୭ଟି ଛକା ମାରିଥିଲେ ।

ଆର୍ଯ୍ୟବୀର ଓ ଭିକେ ବିନୀତ (୬୭ ରନ୍) ଦ୍ୱିତୀୟ ୱିକେଟ୍ ପାଇଁ ୧୯୩ ରନର ଏକ ବିଶାଳ ଭାଗିଦାରୀ କରି ଭାରତର ସ୍କୋରକୁ ୩୦୯/୭ରେ ପହଞ୍ଚାଇଥିଲେ । ବାପା ବିରେନ୍ଦ୍ର ସେହୱାଗଙ୍କ ଷ୍ଟାଣ୍ଡ ଏଣ୍ଡ ଡେଲିଭର ଶୈଳୀ ତୁଳନାରେ ଆର‌୍ୟବୀର ଅଧିକ ଶାନ୍ତ ଓ ଶୃଙ୍ଖଳିତ ବ୍ୟାଟିଂ କରିଥିଲେ । ସ୍ପିନରମାନଙ୍କ ବିପକ୍ଷରେ ସେ ସ୍ଲଗ୍-ସୁଇପ୍ ଓ କ୍ରିଜ୍‌ର ବ୍ୟବହାର କରି ବିପକ୍ଷ ବୋଲରଙ୍କୁ ଚାପରେ ରଖିଥିଲେ । ୩୧୦ ରନର ଲକ୍ଷ୍ୟକୁ ପିଛା କରି ୟୁଏଇ ୨୩୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଇଶାନ ସୂଦ ୪ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ଭାରତ ସେମିଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ।

Leave A Reply

Your email address will not be published.