ବ୍ୟୁରୋ: ତାମିଲ ଓ ତେଲୁଗୁ ଫିଲ୍ମ ଜଗତର ଜଣାଶୁଣା ଚେହେରା ପ୍ରୀୟା ଭବାନୀ ଶଙ୍କର । ଏବେ ବିବାହ ବନ୍ଧନରେ ଅବଦ୍ଧ ହୋଇଛନ୍ତି । ସେ ତାଙ୍କ ବୟଫ୍ରେଣ୍ଡ ରାଜଭେଲ ରାଜଙ୍କ ସହ ବିବାହ କରିଛନ୍ତି । ଏକ ପାରିବାରିକ ଉତ୍ସବରେ ସୀମିତ ଅତିଥିଙ୍କ ମଧ୍ୟରେ ହାତକୁ ଦି ହାତ ହୋଇଛନ୍ତି ଏହି ପ୍ରେମପକ୍ଷୀ । ବିବାହ ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ବୁଧବାର ଉଭୟଙ୍କ ଏକ ମ୍ୟାରେଜ୍ ଭିଡିଓ ଖୁବ୍ ଚର୍ଚ୍ଚାକୁ ଆସିଛି । ନିଜ ପ୍ରେମ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଉଭୟ ଖୁବ ଖୁସି ଥିବା ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ ପାରମ୍ପରିକ ଧଳା ପୋଷାକରେ ନଜର ଆସିଥିବା ବେଳେ ପ୍ରୀୟା ରେଡ୍ ଶାଢୀରେ ଗର୍ଜିଅସ ନଜର ଆସିଛନ୍ତି ।
ବିବାହର ଗୋଟେ ଦିନ ପୂର୍ବରୁ ପ୍ରୀୟାଙ୍କୁ ବିବାହ ସମ୍ପର୍କରେ ପଚରାଯାଇଥିଲା, ଯେତେବେଳେ ଉବୟ ସେମାନଙ୍କର ବିବାହ ନୀତି ପାଇଁ ସଜବାଜ ହୋଇଥିଲେ । ଗ୍ରୀନ ରଙ୍ଗର ଶାଢୀରେ ନଜର ଆସିଥିଲେ ପ୍ରୀୟା । ହେଲେ ବିବାହ ନେଇ କିଛି ଖୁଲାସା କରିନଥିଲେ ଉଭୟ । ଏବେ ସୋସିଆଲ ମିଡିଆରେ ଉଭୟଙ୍କ ମ୍ୟାରେଜ ଭିଡିଓ ସବୁ ସତ ସାମ୍ନାକୁ ଆଣିଦେଇଛି । ତାମିଲ ନ୍ୟୁଜ୍ ଚାନେଲରେ ନ୍ୟୁଜ୍ ରିଡର ଥିଲେ ପ୍ରୀୟା । ତାପରେ ସେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ । ୨୦୧୪ରେ ଟିଭି ଶୋରେ କରିଥିଲେ ଆକ୍ଟିାଂ ପରେ ପରେ ଅନେକ ନାମି ଦାମି କଳାକାରଙ୍କ ସହ ସେ ସ୍କ୍ରିନ୍ ସେୟାର କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ତାମିଲ ଏବେ ୨୦୨୩ରେ ତେଲୁଗୁ ଫିଲ୍ମ ଜଗତରେ ରଖିଛନ୍ତି ପାଦ ।
