ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଦେଉଳହୁଡି ଗାଁରେ ଚାଂଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ବାପା, ମାଆ, ଓ ଦୁଇ ଶିଶୁ ଅଛନ୍ତି । ହତ୍ୟା ସନ୍ଦେହରେ ପୋଲିସ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ମୁତାବକ, ଜମିବାଡି ବିବାଦକୁ ନେଇ ସାନ ଭାଇ ସହ ବଡ ଭାଇର ଝଗଡା ହୋଇଥିଲା । ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ସାନ ଭାଇ, ବଡ ଭାଇ ସମେତ ତା’ର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାନ ଭାଇକୁ ପୋଲିସ ଅଟକ ରଖି ତଦନ୍ତ ଜରି ରଖିଛି । ଏହି ଘଟଣା ଏବେ ସ୍ଥାନୀୟ ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
BREAKING NEWS
- ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶା ଦେଇ କରିଥିଲେ ଅଚେତ
- ବନକଲାଗି ନୀତି ପାଇଁ ୬ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
- ମେ ଚତୁର୍ଥ ସପ୍ତାହରେ ମାଟ୍ରିକ ରେଜଲ୍ଟ, ହ୍ୱାଟସ୍ଆପ୍ରେ ପରୀକ୍ଷାର୍ଥୀ ପାଇବେ ଫଳ
- ଆଜି କଳାହାଣ୍ଡି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
- କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ