Latest Odisha News

BREAKING NEWS

ଚୀନ: କରୋନା ରୋଗୀଙ୍କ ଉପରେ ୩୦୦୦ବର୍ଷ ପୁରୁଣା ଔଷଧର ପ୍ରୟୋଗ

ବେଜିଂ: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ ଏପର୍ଯ୍ୟନ୍ତ ୧୬୬୫ଜଣଙ୍କ ଜୀବନ ନେଇସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ସଂକଟ ମଧ୍ୟ ଘୋଷଣା କରିସାରିଛି । ଏହି ଭାଇରସକୁ ମୂଳପୋଛ କରିବା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ପ୍ରଚେଷ୍ଟା ଚଳାଇଛନ୍ତି । କରୋନାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧର ବ୍ୟବହାର ମଧ୍ୟ କରିସାରିଛନ୍ତି । କିନ୍ତୁ ଏଯାଏଁ କରୋନା ପାଇଁ କୌଣସି ଔଷଧକୁ ନିଶ୍ଚିତ କରାଯାଇନି ।

ଏମିତି ପରିସ୍ଥିତିରେ ଚୀନ ତା’ର ହଜାର ବର୍ଷ ପୁରୁଣା ଔଷଧକୁ କରୋନା ରୋଗୀଙ୍କ ଉପରେ ପ୍ରୟୋଗ କରୁଛି । ଏହାକୁ ନେଇ ଜଣେ ଉଚ୍ଚ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ହୁବଇର ମୁଖ୍ୟ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, “ଉହାନ ହସ୍ପିଟାଲରେ ଚୀନର ପାରମ୍ପରିକ ଔଷଧ ‘ଟିସିଏମ୍‌’ ସହିତ ଅନ୍ୟ ଔଷଧକୁ ମିଶାଇ କରୋନା ରୋଗୀଙ୍କ ଉପରେ ପ୍ରୟୋଗ କରାଯାଉଛି । ଏହି ଔଷଧ ଅଧାରୁ ଅଧିକ କରୋନା ପଜିଟିଭ ଥିବା ରୋଗୀଙ୍କ ଉପରେ ବ୍ୟବହାର କରାଯାଇଛି । ଆମ ପରିଶ୍ରମ କେତେକାଂଶରେ ସଫଳ ହୋଇଛି ।”

Leave A Reply

Your email address will not be published.