Latest Odisha News

BREAKING NEWS

ବ୍ୟାଙ୍କ ଦଖଲକୁ ଗଲା ମୈଥାନ ଇସ୍ପାତ କାରଖାନା

ଯାଜପୁର: ଯାଜପୁର କଳିଙ୍ଗନଗର ସ୍ଥିତ ମୈଥାନ ଇସ୍ପାତ କାରଖାନା ବ୍ୟାଙ୍କ ଦଖଲକୁ ଯାଇଛି । ଋଣ କିସ୍ତି ପରିଶୋଧ ନ କରିବାରୁ ମୈଥାନ ଇସ୍ପାତ କାରଖାନା ବିରୋଧରେ ବ୍ୟାଙ୍କ ଆଇନଗତ ପଦକ୍ଷେପ ନେଇଛି । ଯାହାକି ଏବେ ମାଲିକାନା ପରିବର୍ତନ ପାଇଁ ପ୍ରକ୍ରିୟା ଜାରି ରହିଛି । ତେବେ ୭ଦିନ ଭିତରେ ଏହାର ଭେଲୁଏସନ କରାଯାଇ ଇ-ଟେଣ୍ଡର କରାଯିବା ବୋଲି ଜଣାପଡିଛି ।

ମୈଥାନ ଇସ୍ପାତକୁ ଋଣ ପ୍ରଦାନ କରିଥିବା ମୁଖ୍ୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନେତୃତ୍ୱରେ ପଞ୍ଜାବ ନେସନାଲ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ, ଓଭରସିସ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଏବଂ ଇ-ଦେନା ବ୍ୟାଙ୍କ ର ପଦାଧିକାରୀ ମାନେ କାରଖାନାକୁ ନିଜ ଦଖଲକୁ ନେବାକୁ କାରଖାନାର ମୁଖ୍ୟ ଫାଟକରେ ନୋଟିସ ଲଟକାଇଛନ୍ତି । ଯାହାକି ମୈଥାନ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକ-କର୍ମଚାରୀକଂ ଚିନ୍ତା ବଢ଼ିଯାଇଛି । କାରଣ ବ୍ୟାଙ୍କର ବକେୟା ଋଣ କିସ୍ତି ପରିଶୋଧ ପାଇଁ ମୈଥାନ କାରଖାନାକୁ ପୁର୍ବରୁୂ ୬୦ଦିନ ସମୟ ଦିଆଯାଇଥିଲା । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କାରଖାନା ପଦାଧିକାରୀ ବ୍ୟାଙ୍କର ବକେୟା କିସ୍ତି ପରିଶୋଧ କରି ନଥିଲେ । ଫଳରେ ବ୍ୟାଙ୍କ ପଦାଧିକାରୀମାନେ ମୈଥାନ ଇସ୍ପାତ କାରଖାନା ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

କାରଖାନା ଉପରେ ବ୍ୟାଙ୍କର ଋଣ ବାବଦକୁ ୫୭୮ କୋଟି ଟକାଂ ବକେୟା ରହିଛି । ଏଥିନେଇ କାରଖାନାରେ କାର୍ଯ୍ୟରତ ୨୩୦ ସ୍ଥାୟୀ କର୍ମଚାରୀ ଏବଂ ୮୭୦ ଠିକାଶ୍ରମିକ ଏବେ ଚିନ୍ତାରେ ପଡିଯାଇଛନ୍ତି । ଅପରପକ୍ଷରେ ମୈଥାନ ଇସ୍ପାତର କାରଖାନାର ଶ୍ରମିକ ୟୁନିୟନ ବ୍ୟାକଂ ପଦାଧିକାରୀ ମାନଙ୍କୁ ଭେଟି ୨୧ କୋଟି ବକେୟା ଦରମା ପୈଠ ପାଇଁ ଦାବୀ କରିଛନ୍ତି ।

ଯାହାକି ୭ଦିନ ମଧ୍ୟରେ କାରଖାନାର ମୁଲ୍ୟାକଂନ (ଭାଲୁଏସନ) କରାଯାଇ ଇ-ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କଳିଙ୍ଗନଗର ମେସ୍କୋ ଷ୍ଟିଲର ୨ୟ ୟୁନିଟ ଭାବେ ରହିଛି ଏହି କାରଖାନା । ତେବେ ୬୦ଦିନ ପୁର୍ବେ ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଋଣ କିସ୍ତି ପରିଶୋଧ କରି ନ ଥିବାରୁ ଆଇନ ମୁତାବକ କଂପାନୀର ସାମଗ୍ରୀ ବ୍ୟାକଂ ଦଖଲକୁ ଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.