Latest Odisha News

BREAKING NEWS

ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଅଣ୍ଡର-୧୯ ଏସିଆ କପ୍ ଫାଇନାଲ

ମସ୍କଟ: ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍ ଏସିଆ କପ୍‌ର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୧୪ ନଭେମ୍ବରରେ ହେବାକୁଥିବା ଫାଇନାଲ ମୁକାବିଲାରେ ଭାରତର ସାମ୍ନା ପାକିସ୍ତାନ ସହିତ ହେବ । ଗୁରୁବାର ଓମାନର ମସ୍କଟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ଆଫ୍ଗାନିସ୍ତାନକୁ ୮ ଓ୍ୱିକେଟ୍‌ରେ ପରାସ୍ତ କରିଛି । ଅନ୍ୟ ଏକ ସେମିଫାଇନାଲରେ ପାକିସ୍ତାନ ୯ ଓ୍ୱିକେଟ୍‌ରେ ବାଂଲାଦେଶକୁ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ଆଫ୍ଗାନିସ୍ତାନ ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୨୭ ରନ୍ କରିଥିଲା ଏବଂ ଭାରତକୁ ୨୨୮ ରନ୍‌ର ଲକ୍ଷ୍ୟ ଦେଇଥିଲା । ଜବାବରେ ଭାରତ ୩୬.୫ ଓଭରରେ ମାତ୍ର ୨ଟି ଓ୍ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

ଭାରତ ଗତ ଦୁଇଟି ଫାଇନାଲ୍ ହାରିଛି । ୨୦୨୪ରେ ବାଂଲାଦେଶ ଏବଂ ୨୦୨୫ରେ ପାକିସ୍ତାନ ଠାରୁ ୧୯୧ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାଜୟର ସମ୍ମୁଖୀନ ହୋଇଥିଲା । ତଥାପି, ଓଭରାଲ୍ ଭାବେ ଭାରତ ସର୍ବାଧିକ ୮ ଥର ଏହି ଟୁର୍ଣ୍ଣମେଣ୍ଟ ଜିତିଛି । ସେମିଫାଇନାଲରେ ଭାରତ ପକ୍ଷରୁ ଆର‌୍ୟବୀର ସେହୱାଗ ୫୭ ବଲ୍‌ରୁ ୫୧ ରନ୍ କରିଥିଲେ । ସେହିପରି ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ୯୩ ରନ୍‌ର ଦମଦାର୍ ପାଳି ଖେଳିଥିଲେ । ଭିକେ ବିନୀତ ୫୭ ରନ୍ କରି ଅପରାଜିତ ରହିଥିଲେ ଏବଂ ଛକା ମାରି ଦଳକୁ ବିଜୟ ଭେଟ ଦେଇଥିଲେ । ଆଫ୍ଗାନିସ୍ତାନ ପକ୍ଷରୁ ନୁମାନ ସାଲାରଜାଇ ଏବଂ ଶାହା ଫୈସଲ ରହିମୀ ୫୧-୫୧ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଈଶାନ ସୂଦ ସବୁଠାରୁ ସଫଳ ବୋଲର ଥିଲେ, ଯିଏ ୯ ଓଭରରେ ୪୩ ରନ୍ ଦେଇ ୩ଟି ଓ୍ୱିକେଟ୍ ନେଇଥିଲେ । ଆର‌୍ୟନ ସାୱସାନୀ ୨୯ ରନ୍ ଦେଇ ୨ଟି ଓ୍ୱିକେଟ୍ ହାସଲ କରିଥିଲେ ।

Leave A Reply

Your email address will not be published.