ଯାଜପୁର:ଦଶାଶ୍ୱମେଧ ଘାଟରେ ବୁଡି ଦୁଇ ଜଣ ଆନ୍ଧ୍ରପ୍ରଦେଶ ଦମ୍ପତି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଯାଜପୁରର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପରିବାର ସହ ଗାଧୋଉ ଥିବାବେଳେ ବୁଡି ଯାଇଥିଲେ । ସେମାନେ ପରିବାର ସହ ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାକୁ ଆସିଥିଲେ। ମୃତକ ହେଲେ ଏମ ଶ୍ରୀବାସ ସିଲୁ ଓ ଏମ ଦେବୀ ବୋଲି ଜଣା ପଡିଛି।
ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ଯାଜପୁର ଅଗ୍ନିଶମ ବିଭାଗର କର୍ମଚାରୀ କହିଛନ୍ତି, ‘102ରୁ ସୂଚନା ଆସିଲା ବାରୁଣୀ ଘାଟରେ ଦୁଇଜଣ ବୁଡି ଯାଇଛନ୍ତି । ସୂଚନା ପାଇ ଆମେ ବୋଟ ଧରି ସାଙ୍ଗେ ସାଙ୍ଗେ ଅନ୍ୟ କର୍ମଚାରୀଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲୁ । ଏଥିସହିତ କର୍ମଚାରୀ ମାନେ ତୁରନ୍ତ ନଦୀରେ ପଶି ଖୋଜା ଖୋଜି କରିବାର ମାତ୍ର ଦୁଇ ତିନି ମିନିଟ ଭିତରେ ଦୁଇଜଣଙ୍କୁ ଉଦ୍ଧାର କଲୁ । ଏଥିସହିତ ଆମ କୌଶଳ ଅନୁଯାୟୀ ଦୁଇଜଣଙ୍କର ଚିକିତ୍ସା କରି ଆମ ଗାଡ଼ିରେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଲୁ ।ଅନୁମାନ କରୁଛି ଆମେ ଉଦ୍ଧାର କରିବାର ୨୫ମିନିଟ ପୂର୍ବରୁ ଦମ୍ପତି ବୁଡି ଯାଇଥିଲେ ।’
