ବାରଣାସୀ: ରିକ୍ସା ଚାଳକଙ୍କ ପାଖକୁ ଆସିଲା ପିଏମ୍ଓରୁ ଚିଠି । ବାରଣାସୀର ରିକ୍ସା ଚାଳକ ମଙ୍ଗଳ କେୱଟଙ୍କ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଲେ ଶୁଭକାମନା ବାର୍ତ୍ତା । ଝିଅ ବାହାଘର ପାଇଁ ବାରଣାସୀରେ ରିକ୍ସା ଚଳାଉଥିବା ମଙ୍ଗଳ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କାର୍ଡ ଦେଇଥିଲେ । ତେବେ ମଙ୍ଗଳର କାର୍ଡ ପାଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମଙ୍ଗଳଙ୍କ ନିକଟକୁ ଶୁଭକମନା ବାର୍ତା ପଠାଇଛନ୍ତି । ଚିଠିରେ ଝିଅ ଓ ଜ୍ୱାଇଁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ସେ କହିଛନ୍ତି ।
ତେବେ ମୋଦୀଙ୍କ ନିକଟରୁ ଏହି ଶୁଭେଚ୍ଛା ପତ୍ର ପାଇ ମଙ୍ଗଳଙ୍କ ପରିବାର ଲୋକେ ବେଶ ଉତ୍ସାହିତ ଅଛନ୍ତି । ତାଙ୍କ ଛାତି କୁଣ୍ଢୋମୋଟ ହୋଇଯାଇଛି । ନୁ୍ୟଜ ଏଜେନ୍ସି ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମଙ୍ଗଳ କହିଛନ୍ତି, ଗତ ଫେବୃଆରୀ ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମୋ ନିକଟକୁ ଝିଅ ବାହାଘର ପାଇଁ ଶୁଭେଚ୍ଛା ବାର୍ତ୍ତା ଆସିଥିଲା । ଏହି ପତ୍ର ହିଁ ପ୍ରମାଣ କରୁଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସମାଜର ନିମ୍ନ ସ୍ତରରେ ରହୁଥିବା ଲୋକଙ୍କ ମଧ୍ୟ ଧ୍ୟାନ ରଖୁଛନ୍ତି ବୋଲି ମଙ୍ଗଳ କହିଛନ୍ତି ।
BREAKING NEWS
- ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ
- ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ