ନୂଆଦିଲ୍ଲୀ: ଆନ୍ଥ୍ରୋପିକର ସିଇଓ ଡାରିଓ ଅମୋଡେଇଙ୍କ ଅନୁଯାୟୀ, ଆଗାମୀ ଏକ ଦଶକ ମଧ୍ୟରେ କ୍ୟାନସର, ଅଲଜାଇମର, ହୃଦରୋଗ ଏବଂ ମାନସିକ ରୋଗଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇପାରିବ । ପୂର୍ବରୁ ଏହି ଦାବି ଅସମ୍ଭବ ମନେ ହେଉଥିଲା, କିନ୍ତୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମେଡିକାଲ୍ ରିସର୍ଚ୍ଚକୁ ଯେପରି ଅଭୂତପୂର୍ବ ଗତି ଦେଇଛି, ତାହା ଏହି ଲକ୍ଷ୍ୟ ହାସଲ କରିବାର ଏକ ନୂତନ ଏବଂ ଦୃଢ଼ ଆଶା ସଞ୍ଚାର କରିଛି । ଇଓ ର ବଡ଼ କ୍ଷମତା ହେଉଛି ଏହା ଅଳ୍ପ ସମୟ ମଧ୍ୟରେ ଅନେକ ତଥ୍ୟର ଦ୍ରୁତ ବିଶ୍ଳେଷଣ କରିପାରେ । ପୂର୍ବରୁ ଯେଉଁ ଫଳାଫଳ ପାଇଁ ମାସ ମାସ କିମ୍ବା ବର୍ଷ ବର୍ଷ ଲାଗୁଥିଲା, ବର୍ତ୍ତମାନ ତାହା କେତେକ ଘଣ୍ଟା କିମ୍ବା ଦିନ ମଧ୍ୟରେ ସମ୍ଭବ ହୋଇପାରୁଛି । ଗୁଗଲ୍ ଡିପ୍ମାଇଣ୍ଡର ଆଲ୍ଫାଫୋଲ୍ଡ ଏହାର ସର୍ବଶ୍ରେଷ୍ଠ ଉଦାହରଣ ଅଟେ, ଯାହା ପ୍ରୋଟିନ୍ ଗଠନର ଆକଳନ କରିବାରେ ବଡ଼ ସଫଳତା ପାଇଛି ।
ଜେନେରେଟିଭ୍ AIର ସହାୟତାରେ Rentosertib’ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଫୁସଫୁସ୍ ରୋଗର ଔଷଧ ଖୋଜାଯାଇଛି, ଯାହା ବର୍ତ୍ତମାନ କ୍ଲିନିକାଲ୍ ଟ୍ରାଏଲର ତୃତୀୟ ପର୍ୟ୍ୟାୟରେ ଅଛି। କ୍ୟାନସର ଏବଂ ଆଲ୍ଜାଇମର୍ସ ଭଳି ରୋଗଗୁଡ଼ିକୁ ବୁଝିବାରେ ମଧ୍ୟ AI ବହୁତ ସାହାଯ୍ୟ କରୁଛି । AIର ସୁବିଧା କେବଳ କିଛି ନିର୍ଦ୍ଦିଷ୍ଟ ଦେଶ କିମ୍ବା ବର୍ଗରେ ସୀମିତ ନରହି ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ସ୍ୱାସ୍ଥ୍ୟସେବାର ମୌଳିକ ଇନଫ୍ରାଷ୍ଟ୍ରକଚର ମଜଭୁତ ନହେଲେ ସମସ୍ତଙ୍କୁ ଚିକିତ୍ସା ମିଳିବା କଷ୍ଟକର ହେବ । ଏଥିସହ ଔଷଧ ତିଆରି ଦ୍ରୁତ ହେଲେ ମଧ୍ୟ ଏହା ଅତ୍ୟନ୍ତ ମହଙ୍ଗା ହେବା ଉଚିତ୍ ନୁହେଁ, ଯାହାଫଳରେ ସାଧାରଣ ଲୋକଙ୍କ ପହଞ୍ଚଠାରୁ ଦୂରେଇ ଯିବ ।
