Latest Odisha News

BREAKING NEWS

ସୁନା ଦୋକାନ ଲୁଟ୍ ଉଦ୍ୟମ ପଣ୍ଡ, ସଫ୍ଟୱେୟାର ଇଞ୍ଜିନିୟର ଗିରଫ

ଭୁବନେଶ୍ୱର: ସଫ୍ଟୱେୟାର ଇଞ୍ଜିନିୟରଙ୍କ କଳାକାରନାମ । ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ହରେଇଲା ପରେ ଫିଲ୍ମ ଷ୍ଟାଇଲରେ ସୁନା ଦୋକାନ ଲୁଟ୍ ପାଇଁ ଯୋଜନା କରି ପୋଲିସ ହାତରେ ଧରାପଡିଲେ । ଏଭଳି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ।

ଜଣେ ସଫ୍ଟୱେୟାର ଇଞ୍ଜିନିୟର ପ୍ରେମାନନ୍ଦ ସାମଲ, ଅସ୍ପକ ଓ ତାଙ୍କର ସହଯୋଗୀମୁହଁରେ ମୁଖା, ମୁଣ୍ଡରେ ହେଲମେଟ ପିନ୍ଧି, ନକଲି ବନ୍ଧୁକ ଧରି ଦେହରେ ରେନକୋଟ୍ ପିନ୍ଧି ଦିନ ପ୍ରାୟ ୧୧ଟା ବେଳେ ଦୋକାନ ଭିତରେ ପଶିଥିଲେ । ହେଲେ ସମସ୍ତ ସୁନା ଲକରରେ ରହିଥିବା ଦେଖି ଚୋରି କରିନପାରି ଫେରିଥିଲେ ।

ହେଲେ ଏହି ଦୃଶ୍ୟ ଦୋକାନର ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ, ପୋଲିସ ତାକୁ ଧରିବାକୁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.