Latest Odisha News

BREAKING NEWS

କୈକେୟୀ ଲୁକ୍‌ ପଛର ସଂଘର୍ଷ: ‘ରାମାୟଣ’ ସୁଟିଂ ବେଳେ ଲାରା ଦତ୍ତାଙ୍କ ହାତର ବ୍ରେସଲେଟ୍‌କୁ କରତରେ କାଟିଲା ଟିମ୍

ମୁମ୍ବାଇ: ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ (Ramayana) ସେଟ୍‌ରେ ଅଭିନେତ୍ରୀ ଲାରା ଦତ୍ତ (Lara Dutta) ଙ୍କ ହାତରେ ଏକ ବ୍ରେସଲେଟ୍ ଅଟକି ଯିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅନୁଭବ ବଖାଣିଛନ୍ତି ଅଭିନେତ୍ରୀ। ଲାରା ଦତ୍ତଙ୍କର ବହୁତ ଚେଷ୍ଟା ପରେ ବି ବ୍ରେସଲେଟ୍ ନ ବାହାରିବାରୁ ଟିମ୍ ସଦସ୍ୟମାନେ ହ୍ୟାକ୍‌ସ ବ୍ଲେଡ୍ (ଆରି) ସାହାଯ୍ୟରେ ତାହାକୁ କାଟି ବାହାର କରିଥିଲେ।

ନିତେଶ ତିୱାରୀଙ୍କ ‘ରାମାୟଣ’ ଫିଲ୍ମରେ ଲାରା ଦତ୍ତ କୈକେୟୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚରିତ୍ର ପାଇଁ ତାଙ୍କୁ ପାରମ୍ପରିକ ପୋଷାକ ସହ ଭାରୀ ଅଳଙ୍କାର ପିନ୍ଧିବାକୁ ପଡ଼ିଥିଲା। ଆଉ ସୁଟିଂ ସମୟରେ ତାଙ୍କ ହାତରେ ଏକ ବ୍ରେସଲେଟ୍ ଏତେ ଜୋର୍‌ରେ ଫସି ଯାଇଥିଲା ଯେ ତାହା ଆଦୌ ବାହାରି ନଥିଲା। ଫଳରେ ତାଙ୍କ ହାତରେ ଆଘାତ ଲାଗିଯିବ ବୋଲି ଏକ ଭୟ ସୃଷ୍ଟି ହୋଇଯାଇଥିଲା।

ସାଧାରଣ ଉପାୟରେ ବ୍ରେସଲେଟ୍ ନ ବାହାରିବାରୁ ଟିମ୍ ସଦସ୍ୟମାନେ ଭ୍ୟାନିଟି ଭ୍ୟାନ୍ ଭିତରେ ଅତ୍ୟନ୍ତ ସାବଧାନତାର ସହ ଏକ ହ୍ୟାକ୍‌ସ ବ୍ଲେଡ୍ (hacksaw blade) ବ୍ୟବହାର କରି ତାହାକୁ କାଟିଥିଲେ। ଲାରା ନିଜ ଇନଷ୍ଟାଗ୍ରାମରେ ଏହି ଘଟଣାର ଏକ ବିହାଇଣ୍ଡ-ଦି-ସିନ୍ସ (BTS) ଭିଡିଓ ସେୟାର କରିଛନ୍ତି। ସେ ହାଲୁକା ମଜାକିଆ ଅନ୍ଦାଜରେ ଲେଖିଛନ୍ତି ଯେ ପରଦାରେ ଏଭଳି ଦେଖାଯିବା ପଛରେ ଅନେକ କଷ୍ଟ ରହିଛି, ଏପରିକି ହାତ କଟିଯିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.