ମୁମ୍ବାଇ: ପ୍ରାଇମ୍ ଭିଡିଓର ଲୋକପ୍ରିୟ ୱେବ୍ ସିରିଜ୍ ‘ପଞ୍ଚାୟତ’ର ପଞ୍ଚମ ସିଜିନ୍କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫୁଲେରା ଗାଁରେ ଏଥର କ’ଣ ନୂଆ ଘଟଣା ଘଟିବ, ତାହା ଜାଣିବାକୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହାରି ଭିତରେ ସିରିଜ୍ର ନୂଆ ସିଜିନ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି ନିର୍ମାତା। ତେବେ ଏହି ଖବର ଜାଣିବା ପରେ ପ୍ରଶଂସକମାନେ ନିରାଶ ହୋଇପାରନ୍ତି।
କିଛି ଦିନ ହେଲା ‘ପଞ୍ଚାୟତ ସିଜିନ୍-୫’ ଚଳିତ ମାସ ଶେଷ ସୁଦ୍ଧା ଓଟିଟିରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। ଦର୍ଶକ ମଧ୍ୟ ନୂଆ ସିଜିନ୍ ଦେଖିବାକୁ ଉତ୍ସାହିତ ଥିଲେ। କିନ୍ତୁ ଏବେ ନିର୍ମାତା ଏହାର ରିଲିଜ୍କୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି।
ନିର୍ମାତାଙ୍କ ସୂଚନା ଅନୁସାରେ, ‘ପଞ୍ଚାୟତ ସିଜିନ୍-୫’ ୨୦୨୬ରେ ଆମାଜନ୍ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହେବ ନାହିଁ। ପ୍ରାଇମ୍ ଭିଡିଓର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏନେଇ ସୂଚନା ଦିଆଯାଇଛି। ଫଳରେ ଚଳିତ ବର୍ଷ ନୂଆ ସିଜିନ୍ ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।
