Latest Odisha News

BREAKING NEWS

Cyclone ‘Akvan’:ସୃଷ୍ଟି ହେଲା ବାତ୍ୟା;ଏଥର ମଧ୍ୟ ଆନ୍ଧ୍ରରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ଗତି କରୁଛି। ବର୍ତ୍ତମାନ ବିଶାଖାପାଟଣା ମଚ୍ଛଲିପଟନମଠାରୁ ୬୬୦ କି.ମି ଦୂରରେ ରହିଥିବା ବେଳେ ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ପ୍ରାୟ ୭୯୦ କିଲୋମିଟର ଦୂରରେ ରହିଛି । ବାତ୍ୟାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାଟି ଭୀଷଣ ବାତ୍ୟାର ରୂପ ନେବ। ଏହାପରେ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି।

ଆଇଏମଡି (IMD)ର ଆକଳନ ଅନୁସାରେ, ନଭେମ୍ବର ୨୦ ସକାଳେ ନେଲ୍ଲୋର ଓ ଟୁନି ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ଅତିଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୨୦ରୁ ୧୩୦ କିମି ରହିବ। ଝଟକା ପବନର ବେଗ ୧୪୫ କିମି ରହିପାରେ ବୋଲି ଅନୁମାନ କରାଯାଉଛି ।

 

Leave A Reply

Your email address will not be published.