Latest Odisha News

ଯୁବତୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ପୋଲିସ ବାବୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳ୍ପନା ଛକରେ ରବିବାର ଦିନ ଜଣେ ଯୁବତୀଙ୍କୁ ଅସଦାଚରଣ କରି ହଟହଟା ହୋଇଛନ୍ତି ଜଣେ ଯୁବକ । ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ପେଶାଲ୍ ସୁରକ୍ଷା ବାଟାଲିୟନ୍ (ଏସଏସବି) ପୋଲିସ କର୍ମୀ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି କଳ୍ପନା ଛକ ନିକଟରେ ଜଣେ ଯୁବତୀ ଏକୁଟିଆ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଉକ୍ତ ଯୁବକ ଜଣକ ତାଙ୍କୁ ଅସଦାରଚରଣ କରିଥିଲେ । ପରବର୍ତ୍ତୀ ସମୟରେ ଯୁବତୀ ଜଣକ ପାଟିକରି ଚିତ୍କାର କରିବାରୁ କିଛି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚିଯାଇ ତାକୁ କାବୁ କରିନେଇଥିଲେ ।

ଏହାପରେ ଯୁବତୀ ଜଣକ ସଙ୍ଗେସଙ୍ଗେ ନିଜ ଚପଲ ବାହାର କରି ଯୁବକକୁ ପିଟିଥିଲେ । ଏହାଦେଖି ରାସ୍ତାରେ ଯାଉଥିବା ଅନ୍ୟ ମହିଳାମାନେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ ।

ଖବର ପାଇ କ୍ୟାପିଟାଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ଯୁବକଙ୍କୁ ହେପାଜତରେ ନେଇଛି । ପରେ ତାଙ୍କୁ ପଚରାଉଚରା କରାଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.