Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଲୋକସେବା ଭବନରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ବୈଠକଟି ଲୋକସେବା ଭବନ ଠାରେ ଆସନ୍ତାକାଲି ଦିନ ୯ଟା ୪୫ମି.ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସଂସଦୀୟ କାର୍ଯ୍ୟ ବିଭାଗ ପକ୍ଷରୁ ଟେଲିଫୋନିକ୍ ମେସେଜ ଜରିଆରେ ସୂଚନା ମିଳିଥିବା ନେଇ ଜଣାପଡିଛି ।

ବୈଠକ ଆରମ୍ଭରୁ ଆଲୋଚନା ହେବାକୁ ଥିବା ପ୍ରସ୍ତାବ ସମ୍ପର୍କରେ ଜଣାପଡିବ ବୋଲି ଅଧିକାରିକ ସୁତ୍ରରୁ ପ୍ରକାଶ ।

ତେବେ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଜାରି ରହିଥିବା ଯୋଗୁଁ ଏନେଇ କୌଣସି ବିଜ୍ଞପ୍ତି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.