Latest Odisha News

BREAKING NEWS

69th Grammy Award: ଇତିହାସ ରଚିଲା ତାମିଲ୍ ସଂଗୀତ, ‘Varuvaaiy’ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ବ୍ୟୁରୋ: ସକିରା କି ଅନ୍ୟ ପପୁଲାର ସିଙ୍ଗରଙ୍କୁ ଭୁଲିଯିବେ ଯେବେ ଶୁଣିବେ ଯେ ପ୍ରଥମ ଥର ପାଇଁ ଗ୍ରାମୀ ପୁରସ୍କାର ପାଇଁ ଚୟନ ହୋଇଛି ଏକ ତାମିଲ ସଙ୍ଗ୍ । ଦେବନ୍ ଏକମ୍ବରମ୍ ଓ ସୁଶାଙ୍କ ଗୀତ ‘ଭାରୁଭାଇ’ ଏବେ ଖୁବ ଚର୍ଚ୍ଚାରେ । କାହିଁକି ନା ସମ୍ମାନଜନକ ୬୯ତମ ଗ୍ରାମୀ ପୁରସ୍କାର ୨୦୨୭ ପାଇଁ ଭାରତୀୟ ଚଳଚ୍ଚିତ୍ର ଜଗତରୁ ଗୋଟିଏ ଗୀତ ହୋଇଛି ମନୋନୀତ । ଇତିହାସରେ ପ୍ରଥମ କରି ତାମିଲ ଗୀତ ଏତେ ବଡ ପୁରସ୍କାର ପାଇଁ ଚୟନ ହୋଇଛି । ଏବଂ ଏହି ସମ୍ମାନ ପାଇଁ ଭରାତୀୟ ସଙ୍ଗୀତ ଜଗତରୁ ମନୋନିତ ହୋଇଥିବା ଏହା ହେଉଛି ଏକମାତ୍ର ଗୀତ । ୬୯ତମ ଗ୍ରାମୀ ପୁସ୍କାରରେ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍ ପରଫର୍ମାନ୍ସ ବର୍ଗରେ ନାମାଙ୍କିତ ହୋଇଛି ଭାରୁଭାଇ । ତାଲିକାରେ ଆଂଜେଲିକା ଡିକୋଜା, ଫାରେଲ୍, ଶକିରା, ବର୍ନ୍ନା ବୟଙ୍କ ଭଳି ଅନ୍ତର୍ଜାତୀୟ କଳାକାର ସାମିଲ ଅଛନ୍ତି ।

ଗୀତଟି ତାମିଲ କବି ତଥା ସମାଜ ସଂସ୍କାରକ ସୁବ୍ରମଣ୍ୟ ଭାରତୀଙ୍କ ଏକ ଭକ୍ତିମୂଳକ କବିତାର ଏକ ଆଧୁନିକ ରୂପାନ୍ତର । ଭାରତ ତଥା ଆମେରୀକିୟ ସଙ୍ଗୀତଜ୍ଞ ଦେବନ୍ ଏହି ଗୀତକୁ ଆଧୁନିକ ରୂପ ଦେଇଥିବା ବେଳେ ଗ୍ରାମୀ ନାମାଙ୍କନ ପାଇବାରେ ପ୍ରଥମ ତାମିଲ ଗୀତ ହୋଇପାରିଛି । ସୁଶା ନାମରେ ପରିଚିତ ସୁଭିକ୍ଷା ରଙ୍ଗରାଜନଙ୍କ କଣ୍ଠଦାନରେ ପ୍ରସ୍ତୁତ ଏହି ଗୀତ । ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବେ ଲିଖିତ ଭାରତୀଙ୍କ କବିତାଟି ଭଗବାନ କୃଷ୍ଣଙ୍କ ଉଦେ୍ଦଶ୍ୟରେ ରଚିତ ଏକ ଭକ୍ତିମୂଳକ ରଚନା ଥିଲା । ଏଥିରେ ତାଙ୍କୁ ମାନବୀୟ ବୁଦ୍ଧିରେ ଅବତରଣ କରି ଅନିଷ୍ଟଟକାରୀ ଶକ୍ତିକୁ ବିନାଶ କରିବାକୁ ଆହ୍ୱାନ କରାଯାଇଛି । ଦେବନ ଇନଷ୍ଟାରେ ଏହି ମନୋନୟନ ବିଷୟରେ ପୋଷ୍ଟ କରିବା ସହ ଏହା ତାମିଲ ସଙ୍ଗୀତ ତଥା ଭାରତୀୟଙ୍କ କୃତି ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି କହିଛନ୍ତି । ଏହି ସ୍ୱିକୃତି ପାଇଁ ସେ ରେକେର୍ଡିଂ ଏକାଡେମୀକୁ ଧନ୍ୟବାଦ ଦେଇଛନ୍ତିା ୧୯୯୮ରୁ ତାମିଲ ସଂଗୀତ ନିଦେ୍ର୍ଦଶନା ଓ ପ୍ରଯୋଜନା କରୁଥିବା ବେଳେ ୨୦୨୭ରେ ତାଙ୍କ ପରିଶ୍ରମକୁ ଫଳ ମିଳୁଛି ବୋଲି କହି ଖୁସି ବ୍ୟକ୍ତ କରିଛନ୍ତି । ୬୯ ତମ ଗ୍ରାମୀ ପୁରସ୍କାର ସମାରୋହ ୭ ଫେବ୍ରୁଆରୀ ୨୦୨୭ରେ ଲସ୍ ଆଂଜେଲ୍ସ କ୍ରିପ୍ଟୋ .ଡଟ୍.କମ୍ ଆରିନାରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.