Latest Odisha News

BREAKING NEWS

‘India Playing Whole New Game’ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ GTA ଶୈଳୀରେ କଟାକ୍ଷ, ପୋଷ୍ଟ ଭାଇରାଲ୍

ବ୍ୟୁରୋ: ଯୁବପିଢୀଙ୍କ ସହ ଯୋଡିହେବାକୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଏବଂ ଆକର୍ଷଣୀୟ ପୋଷ୍ଟ । ଲୋକପ୍ରୀୟ ସଂସ୍କୃତି ସହ ଜଡିତ ଉଦାହରଣ ବ୍ୟବହାର କରିବାକୁ ଜିଟିଏ(Grand Theft Auto)ର ଉଲ୍ଲେଖ ମାଧ୍ୟମରେ ପୂର୍ବ ୟୁପିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଗତ ୧୩ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ଅଗ୍ରଗତିକୁ ଦର୍ଶାଇବାକୁ GTA-6 ର ଉନ୍ମୋଚନକୁ ଏକ ମାଧ୍ୟମ ଭାବେ ବାଛିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଫିସିଆଲ ଇନଷ୍ଟା ପେଜରେ ସୋୟର କରିଥିବା ଏକ ପୋଷ୍ଟରେ ୨୦୨୩ରେ ଆସିଥିବା GTA-5 ଏବଂ GTA-6 ମଧ୍ୟରେ ଭାରତ କିପରି ଅପଗ୍ରେଡ୍ ବା ଉନ୍ନୀତ ହୋଇଛି ତାହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ଏଥିରେ ମୋଦି ଲେଖିଛନ୍ତି ଭାରତ ଏକ ସମ୍ପୂର୍ଣ୍ଣ ନୂଆ ଖେଳ ଖେଳୁଛି । ୧୦ଟି ଫଟୋ ମାଧ୍ୟମରେ ହାସଲ କରିଥିବା ବିଭିନ୍ନ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି । ପୋଷ୍ଟର ଚିତ୍ରରେ ପ୍ରାଇସଡାଉନ ଫଂଟ୍ ବ୍ୟବହାର କରାଯାଇଛି, ଯାହା ଜିଟିଏ ଗେମ୍ ଗୁଡିକର ବିଶେଷ ପରିଚୟ ଅଟେ । ଭାରତ ଫ୍ରାଜାଇଲ-୫ ଅର୍ଥାତ୍‌, ୫ଟି ଦୁର୍ବଳ ଅବସ୍ଥାରୁ କିପରି ଦ୍ରୃତ ଗତିରେ ଅଗ୍ରଗତି କରି ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି ତାହା ଦର୍ଶାଉଛି ଏହି ପୋଷ୍ଟ । ଫ୍ରାଜାଇଲ-୫ ଶବ୍ଦଟି ୨୦୧୩ ଅଗଷ୍ଟରେ ମୋର୍ଗାନ ଷ୍ଟାନଲିର ଜଣେ ବିଶ୍ଳେଷକଙ୍କ ଦ୍ୱାରା ବ୍ୟବହାର କରାଯାଇଥିଲା । ଯାହା ୫ଟି ଉଦୀୟମାନ ଅର୍ଥନୀତିକୁ ବୁଝାଉଥିଲା ଯାହ ଥିଲା, ଭାରତ, ବ୍ରାଜିଲ୍‌, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ।

ଯେମିତିକି ଦାରିଦ୍ର‌୍ୟ ହ୍ରାସ, ପରିମଳ ମିଶନ ସମାପ୍ତି, ସୌରଶକ୍ତି କ୍ଷମତାରେ ବ୍ୟାପକ ଉନ୍ନତି, ଭାରତରେ ୪୪୦ ପଂଜିକୃତ ମହାକାଶ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ ଓ ବିଦ୍ୟୁତିକରଣର ସମତଳୀକରଣ ବିଷୟରେ ଆଲୋଚନା କରୁଛି ଏହି ପୋଷ୍ଟ । କେବଳ ସେତିକି ନୁହେଁ ଭାରତ ମାଓମୁକ୍ତ ଦେଶରେ ପରିଣତ ହେଲାଣି, ହାଇସ୍ପିଡ୍ ଇଂଟରନେଟ୍‌ର ଦାମ୍ କିପରି ଜିବି ପିଛା ୩୦୮ଟଙ୍କାରୁ ୭.୫୧ ହୋଇଛି ପୋଷ୍ଟ ମାଧ୍ୟମରେ ଦର୍ଶାଯାଇଛି । ଏହି ପୋଷ୍ଟ ୧୦ମିନିଟରେ ୬୦ହଜାର ଲାଇକ୍ ପାଇଥିବା ବେଳେ ୨ହଜାର କମେଂଟ ଆସିଛି । ସବୁ ୟୁଜର୍ସ ପୋଷ୍ଟକୁ ଖୁବ୍ ପସନ୍ଦ କରିଛନ୍ତି । ଏମିତିକି କିଛି ୟୁଜସ ମୋଦିଙ୍କ ପ୍ରଶଂସାରେ ତାଙ୍କୁ ‘କୁଲ୍‌’ ବୋଲି କହିଛନ୍ତି । ଜିଟିଏ-୫ର ପ୍ରାୟ ୧୩ ବର୍ଷ ପରେ ଗୁରୁବାର ମଧ୍ୟରାତ୍ରୀରେ ଜିଟିଏ-୬ ଲଂଚ୍ ହୋଇଛି । ଏହାକୁ ଡେଭଲପ୍ କରିବାକୁ ୧ ବିଲିଅନ୍ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.