ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଆଜି କଳା, ବିଜ୍ଞାନ, ବାଣିଜ୍ୟ, କରେସପୋଣ୍ଡେସ ଏବଂ ବୃତ୍ତିଗତ (Vocational) ଏହି ସମସ୍ତ ବିଭାଗ ପାଇଁ ୨୦୨୭ ମସିହାର ଯୁକ୍ତ ଦୁଇ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରିଛି।
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ୨୦୨୭ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ।
ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷାଗୁଡ଼ିକ ଜାନୁଆରୀ ୪ ତାରିଖରୁ ଜାନୁଆରୀ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
