Latest Odisha News

BREAKING NEWS

ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର ହ୍ରାସ, ଏତିକି ଟଙ୍କା ଶସ୍ତା ହେଲା ସୁନା…

ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁନା ଦର ହ୍ରାସ ପାଇଛି, ଯାହା ଗୋଟିଏ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସୁନା ମୂଲ୍ୟ ୧.୮୩ ଲକ୍ଷର ରେକର୍ଡ ସର୍ବୋଚ୍ଚ ସୀମାରୁ ୫୩ ହଜାର ୭୦୦ ହ୍ରାସ ପାଇଛି। ଚଳିତ ବର୍ଷ ସୁନା ମୂଲ୍ୟ ୫୩ ହଜାର ୭୦୦ ଟଙ୍କା ହ୍ରାସ ପାଇଛି, ୯ ଦିନ ମଧ୍ୟରେ ଏହା ୧୭ ହଜାର ୬୦୦ ଟଙ୍କା ଶସ୍ତା ହୋଇଛି ।

ଆମେରିକୀୟ ଡଲାରର ଶକ୍ତି, ବଣ୍ଡ ଉପଜ ବୃଦ୍ଧି ଏବଂ ସୁଧ ହାର ବୃଦ୍ଧିର ଭୟ ସୁନା ଏବଂ ରୂପା ଉପରେ ଚାପ ପକାଇଛି । ଶୁକ୍ରବାର ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୫ ହଜାର ୨୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୨୯ ହଜାର ୩୦୦ ଟଙ୍କା ହୋଇଛି।

୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୨୫.୦୮୦ ଟଙ୍କା ରହିଛି। ଏଥିରେ ୪୯୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୪, ୬୫୦ ଟଙ୍କା ରହିଛି। ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି। ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୩,୮୧୦ ଟଙ୍କା ରହିଛି। ଏଥିରେ ୩୭୦ ଟଙ୍କା ହ୍ରାସ ରହିଛି । ରିପୋର୍ଟ ଅନୁଯାୟୀ, ମୂଲ୍ୟ ହ୍ରାସ ଯୋଗୁଁଁ ଏହି ସପ୍ତାହରେ କ୍ରୟ ବୃଦ୍ଧି ପାଇଛି। ବିଶେଷକରି ବିବାହ ପାଇଁ ଅଳଙ୍କାର କିଣୁଥିବା ଆଶ୍ୱସ୍ତି ପାଇଛନ୍ତି।

Leave A Reply

Your email address will not be published.