ଭୁବନେଶ୍ୱର: ଚୋରା ବନ୍ଧୁକ ଚାଲାଣ ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) । ସେମାନଙ୍କ ନିକଟରୁ ୬ଟି ଚୋରା ବନ୍ଧୁକ ଜବତ କରିଛି ଏସଟିଏଫ୍ ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଟ୍ରେନ୍ ଯୋଗେ ଚୋରା ବନ୍ଧୁକ ନେଇ ଆସୁଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ଖବରପାଇ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ।
ତେବେ ଏହି ଚୋରା ବନ୍ଧୁକ କେଉଁଠୁ ଆଣିଲେ କେତେ ଟଙ୍କାରେ ଆଣିଲେ, ତାଙ୍କୁ କିଏ ଦେଇଛି, ଅପରାଧିକ ଯୋଜନା ଲାଗି ପ୍ରସ୍ତୁତ କରୁଥିଲେ କି, ସେମାନଙ୍କ ନାଁ ପୂର୍ବରୁ ଅପରାଧ ରହିଛି କି ନାହିଁ ଏସବୁ ତଥ୍ୟର ଖୋଲତାଡ କରୁଛି ଏସଟିଏଫ୍ ।
