Latest Odisha News

BREAKING NEWS

ଗଞ୍ଜାମରେ ମୁଖ୍ୟମନ୍ତ୍ରୀ, ଆକାଶ ମାର୍ଗରୁ କଲେ କ୍ଷୟକ୍ଷତିର ଅନୁଧ୍ୟାନ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କେ. ଭି. ସିଂହ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ସେ ‘ଅର୍ଣ୍ଣବ’ ଏବଂ ‘ଅକୱାନ’ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ସହ ରିଲିଫ୍, ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

ଏହି ଗସ୍ତ ସମୟରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷତି, ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ପ୍ରଭାବିତ ଚାଷୀ ତଥା ପରିବାରବର୍ଗଙ୍କୁ ଠିକ୍ ସମୟରେ ସହାୟତା ପ୍ରଦାନ ଉପରେ ମୁଖ୍ୟତଃ ଗୁରୁତ୍ୱାରୋପ କରିଥିଲେ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି ସକାଳ ପ୍ରାୟ ୯:୧୫ ସମୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କ ପଥରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହାଣ୍ଡିଘର ଗ୍ରାମକୁ ଯାଇ ବାତ୍ୟା ଯୋଗୁଁ ଫସଲର ହୋଇଥିବା କ୍ଷୟକ୍ଷତି ଆକଳନ କରିଥିଲେ। ଏହା ପରେ ସେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳାଗାଁ ଯାଇ ବାତ୍ୟାର ପ୍ରଭାବରେ କୃଷି ଜମିର କ୍ଷୟକ୍ଷତି ନିରୀକ୍ଷଣ କରିଥିଲେ ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ପୁନରୁଦ୍ଧାର ପଦକ୍ଷେପ ନେଇ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ସେ ଦିନ ୧୨:୪୫ ସମୟରେ ରଙ୍ଗେଇଲୁଣ୍ଡାରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ।

 

Leave A Reply

Your email address will not be published.